ମହାକାଳପଡ଼ା,୩ /୬ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସଦର ମହକୁମାରେ ଅବସ୍ଥିତ ପୂର୍ବତନ ୟୁବିଆଇ ବ୍ୟାଙ୍କ ପଂଜାବ ନେସନାଲ ବ୍ୟାଙ୍କରେ ମିଶ୍ରଣ ପରଠୁ ଗ୍ରାହକମାନଙ୍କୁ ସେବା ପ୍ରଦାନରେ ବିଳମ୍ବତା ପରିପ୍ରକାଶ ହେଉଛି l ଗ୍ରାହକମାନଙ୍କ ପୁରୁଣା ୟୁବିଆଇ ପାଶ ବହି ପରିବର୍ତ୍ତେ ନୂଆ ପିଏନବି ପାଶ ବହି ନେବାକୁ ଭିଡ଼ ଜମୁଛି l. ଆଉ ପୁରୁଣା ପାଶ ବହି ଓ ଏଟିଏମ କାର୍ଡ ବ୍ୟବହାର ଅବଧି ଜୁନ ୩୦ ତାରିଖ ଥିବାରୁ କର୍ମ ଚାରି ଓ ଗ୍ରାହକ ଉଭୟ ୟୁବିଆଇର ସମସ୍ତ କାଗଜାତl ବଦଳାଇ ନୂଆ ପିଏନବି ହସ୍ତଗତ କରିବା ନେଇ ବ୍ୟଗ୍ର ଅଛନ୍ତି l ସୀମିତ କର୍ମଚାରୀଙ୍କୁ ନେଇ ୟୁବିଆଇର କାଗଜତା ପିଏନବି କୁ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି l
ସେପଟେ ପିଏନବିର ନୂଆ ଏଟିଏମ ପାଇଥିବା ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ପରିବର୍ତ୍ତିତ ନୂଆ ପିଏନବି ଏଟିଏମ କାଉଣ୍ଟରରେ ପିନ ଜେନେରେଟ କରିବାରେ ବିଫଳ ହେଉଛନ୍ତି l ପୁରୁଣା ୟୁବିଆଇ ଏଟିଏମ ନୂଆ ଭାବେ ପିଏନବି ନାମକରଣ ହୋଇଥିଲେ ହେଁ ରୂପରେଖ ବ୍ୟବସ୍ଥା ଓ ସୁରକ୍ଷାରେ କିଛି ଅଗ୍ରଗତି ହୋଇପାରିନି l ଗ୍ରାହକ ମାନଙ୍କ ହିତାର୍ଥେ ଏଟିଏମ କକ୍ଷଟି ଶୀତତାପ ନିୟନ୍ତ୍ରିତ ହେବା ସହିତ ନିରାପତ୍ତା ରଖି ୨୪ ଘଣ୍ଟା କାର୍ଯ୍ୟରତ ରହିବାର ଵିଧି ରହୁଛି l ମାତ୍ର ପୂର୍ବଦିନର ସେହି ପୁରୁଣା ଏଟିଏମ କାଉଣ୍ଟରରେ ଅବସ୍ଥାପନ ବେଳେ ଲାଗିଥିବା ପୁରୁଣା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କମ ଦିନରେ ଖରାପ ହୋଇଯାଇଛି l ଆଉ ୨୪ ଘଣ୍ଟିଆ ସେକୁରିଟି ଡିଉଟି ଅବସ୍ଥାପନ ପରଠୁ ହୋଇପାରିନାହିଁ l ଏବେ ବି ନୂତନ ରୂପରେଖ ହେବା ପରେବି ଅବ୍ୟବସ୍ଥା ର ସୁଧାର ଆସିନି l ଗ୍ରାହକ ମାନଙ୍କ ହିତାର୍ଥେ ବ୍ଲକ ସଦର ମହକୁମାରେ ଅବସ୍ଥିତ ପିଏନବି ଏଟିଏମ କାଉଣ୍ଟର ଅପଡେଟ କରିବାକୁ ଗ୍ରାହକମାନେ ଦାବି କରନ୍ତି l