ବାଲି ବୋଝେଇ ଡଙ୍ଗାରେ ଶ୍ରମିକଙ୍କର ଅସୁସ୍ଥତା ଓ ପରେ ମୃତ୍ୟୁକୁ ନେଇ ସନ୍ଦେହ

କେନ୍ଦ୍ରାପଡା,୩ /୬ : କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳ ଖରିନାସି ଗାଁ ର ଶ୍ରମିକ ମାଧବ ଦାସ ଗୁରୁବାର ଦିନ ଡଙ୍ଗାରେ ବାଲି ବୋଝେଉ କରି ଫେରିବା ବାଟରେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି l ମୃତ ମାଧବ ଓ ତାଙ୍କ ଭାଇଙ୍କ ସମେତ ଅନ୍ୟ ୬ /୭ ଜଣ ଶ୍ରମିକଙ୍କ ସହିତ ଡଙ୍ଗାରେ ମହାନଦୀରୁ ବାଲି ଆଣିବାକୁ ଯାଇଥାନ୍ତି l ସେହିପରି ଗୁରୁବାର ଦିନ ଡଙ୍ଗାରେ ବାଲି ବୋଝେଇ କରି ଖରିନାସି ଅଭିମୁଖେ ଫେରିବା ବାଟରେ ହଠାତ ମାଧବ ଅସୁସ୍ଥ ଅନୁଭବ କରିଥିଲେ l ଯାହାନେଇ କ୍ଷିପ୍ର ବେଗରେ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ଆସି ଖରିନାସି ଜେଠି ନିକଟରେ ପହଂଚିଥିଲେ l ଜେଠିରୁ ଟ୍ରଲିରେ ଚିକିତ୍ସା ନିମନ୍ତେ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି l

ଶ୍ରମିକଙ୍କର ଅକାଳ ମୃତ୍ୟୁକୁ ସନ୍ଦେହ କରି କ୍ଷତି ପୂରଣ ଦାବିରେ ପଡୋଶୀ ଓ ମୃତକଙ୍କ ପରିବାର ଲୋକେ ଡ଼ଙ୍ଗା ମାଲିକଙ୍କ ଘର ଆଗରେ ରଖି ରାସ୍ତା ରୋକ କରିଥିବାର ଜଣାପଡିଛି l ଡ଼ଙ୍ଗା ମାଲିକ ତଥା ବାଲି ବ୍ୟବସାୟୀ ସୁନୀଲ ରାମ ଙ୍କ ଘର ଆଗରେ ସାଥି ଶ୍ରମିକ ଓ ପଡୋଶୀ ରାସ୍ତା ରୋକରେ ସାମିଲ ହୋଇଥିବାର ଜଣାପଡିଛି l କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ପରେ ପରିବାର ପ୍ରତିପୋଷଣ ନେଇ ବିଧବା ପତ୍ନୀ ଭାଙ୍ଗି ପଡିଛନ୍ତି l ପ୍ରଶାସନ ପକ୍ଷରୁ ମୃତ ଦରିଦ୍ର ଶ୍ରମିକ ପରିବାରକୁ ସହାୟତା ପାଇଁ ସାଧାରଣରେ ଦାବିହେଉଛି l