ରାଜ୍ୟ ରେଡ଼କ୍ରସ ସଚିବଙ୍କ ସ୍ବେଛାଚାରିତା ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର

ମହାକାଳପଡ଼ା,୧୨/୮ : (କେଶବ ଚରଣ ନାଥ) – ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡିଶାର ପୂର୍ବ ଉପକୂଳ ରେ ଅବସ୍ଥିତ କେନ୍ଦ୍ରାପଡା ଜିଲ୍ଲା ର ମହାକାଳପଡ଼ା ବ୍ଲକ ଅଂଚଳ ୧୯୭୨ ମସିହା ମହାବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିଲା l ତତକାଳୀନ ବିପର୍ଯ୍ୟୟ ର କରାଳ ରୂପଠୁ ୧୯୯୯ ମସିହାର ପ୍ରଳୟଙ୍କlରି ମହାବାତ୍ୟା ସର୍ବାଧିକ କ୍ଷତି ଘଟlଇଥିଲା l ଯାହା ନେଇ ପ୍ରଶାସନ କାହିଁକି ସାଧାରଣ ଜନତାଙ୍କ ମନୋବଳ ବି ଭାଙ୍ଗି ପଡିଥିଲା l ଏନେଇ ରାଜ୍ୟ, ଦେଶ ଓ ଦେଶ ବାହାରର ଜନନାୟକ ମାନେ ଲୋକଙ୍କ ଧନ ଜୀବନ ସୁରକ୍ଷାର ଯୋଜନା କରିଥିଲେ l ଯାହା ନେଇ କେଏଫଡବ୍ଲୁ ଜର୍ମାନ ରେଡ଼କ୍ରସ ସହାୟତାରେ ସାରାରାଜ୍ୟରେ ପର୍ଯାୟ କ୍ରମେ ୬୫ ଗୋଟି ରେଡ଼କ୍ରସ ଆଶ୍ରୟ ସ୍ଥଳୀ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା l

ତନ୍ମଧ୍ୟରୁ ୨୦୦୬ ମସିହାରେ ମହାକାଳପଡ଼ା ବ୍ଲକ ର 9ଗୋଟି ଶୁଭ ଉଦଘାଟିତ ହୋଇ ଗୋଷ୍ଠି ସ୍ତରୀୟ ପରିଚାଳନା ପାଇଁ ହସ୍ତାନ୍ତର ହୋଇଛି l ପ୍ରତ୍ୟେକ ବର୍ଷ ଗୋଷ୍ଠି ସ୍ତରୀୟ ସ୍ବେଛାସେବୀ ମାନଙ୍କୁ ନକଲ ପ୍ରାକ୍ଟିସ ସହିତ ଆଶ୍ରୟ ସ୍ଥଳୀର ଆନୁସଙ୍ଗିକ ଖର୍ଚ୍ଚମଧ୍ୟ ଯୋଗାଇ ଦିଆଯାଉଥିଲା l ଜର୍ମାନ ରେଡ଼କ୍ରସ ହସ୍ତାନ୍ତର ସମୟରେ ୭ କୋଟି ଅର୍ଥ ରାଶି ଓଡିଶା ସରକାରଙ୍କ ସହଯୋଗୀତାରେ ଓଡିଶା ରାଜ୍ୟ ରେଡ଼କ୍ରସ ସଚିବଙ୍କୁ ପ୍ରଦାନ କରି କାମ ସାରିଦେଇଥିଲେ l ପରଠୁ ଆଶ୍ରୟ ସ୍ଥଳୀ ଗୁଡିକୁ ଉପରଲିଖିତ ଧାରାରେ ପ୍ରାକ୍ଟିସ ସହିତ ଆନୁସଙ୍ଗିକ ଖର୍ଚ୍ଚ ପ୍ରଦାନ କରାଯାଉଥିଲା l କିନ୍ତୁ ବର୍ତମାନ ଓଡିଶା ରାଜ୍ୟ ଶାଖାର ରେଡ଼କ୍ରସ ସଚିବଙ୍କ ବୈମାତୃକ ମନୋଭାବ ରେଡ଼କ୍ରସର ୭ ଗୋଟି ମୂଳନୀତି ଠାରୁ ଦୁରେଇ ଯାଇଛି l ଏପରିକି ଗ୍ରାମ ଓ ସହରାଞ୍ଚଳର ଆଶ୍ରୟ ସ୍ଥଳୀ,କାର୍ଯ୍ୟରତ ସମ୍ପାଦକ ଓ ସ୍ବେଛାସେବୀ ମାନଙ୍କୁ ସଚିବ ଅବହେଳା ପ୍ରଦର୍ଶନ କରୁଛନ୍ତି l ମୁଖ୍ୟତଃ ଦୀର୍ଘ ତିନି ବର୍ଷ ଧରି ବର୍ତ୍ତମାନର କାର୍ଯ୍ୟରତ ସଚିବ ନିୟମିତ ଅବହେଳା ଦେଖାଇବା ସହିତ ଗଛିତ ପାଣ୍ଠିର ସୁଵିନିଯୋଗ ନେଇ ଚିନ୍ତା ପ୍ରକଟ କରୁନାହାଁନ୍ତି l

ଏନେଇ ରାଜ୍ୟର ସମସ୍ତ ରେଡ଼କ୍ରସ ଗୁଡିକର ସମ୍ପାଦକ ମାନେ ମିଳିତ ଭାବେ ରାଜ୍ୟ ପାଳଙ୍କୁ ସଚିବଙ୍କ ଅବହେଳା ନେଇ ଅଭିଯୋଗ କରି ସଚିବଙ୍କ ଠାରୁ ପରୋକ୍ଷ ଆକ୍ରୋଶର ଶିକାର ହୋଇଛନ୍ତି l ତଥାପି ସଙ୍ଘର୍ଷ ପଥରେ ଆଗେଇ ଯାଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ ପାଇଁ ମସୁଧା ରଖିଛନ୍ତି l ଏନେଇ ମହାକାଳପଡ଼ା ବ୍ଲକର ୯ ଗୋଟି ରେଡ଼କ୍ରସ ଆଶ୍ରୟ ସ୍ଥଳର ସମ୍ପାଦକମାନେ ମିଳିତ ଭାବେ ବୁଧବାର ଦିନ ବନ୍ଧପଡ଼ା ରେଡ଼କ୍ରସ ଗୃହରେ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି l ସମ୍ମିଳନୀ ରେ ବନ୍ଧପଡ଼ା ସମ୍ପାଦକ କ୍ଷୀରୋଦ ବେହେରା ଓ ଜମ୍ବୁ ରେଡ଼କ୍ରସର ସମ୍ପାଦକ ବାଦଲ ମଣ୍ଡଳ ଓ ବିଭିନ୍ନ ରେଡ଼କ୍ରସ ସ୍ବେଛାସେବୀ ଭାଇ ଓ ଭଉଣୀ ଆଦି ଯୋଗ ଦେଇ ରେଡ଼କ୍ରସ ସଚିବଙ୍କ ସ୍ବେଛାଚlରିତl ବିରୁଦ୍ଧରେ ବିଭିନ୍ନ ପ୍ରକାରର ନାରା ବାଜି ଦେଇ ପ୍ରତିବାଦ ଜଣାଇଥିଲେ l ରାଜ୍ୟ ପାଳ ମହୋଦୟ ଦାବିପତ୍ରର ସୁଵିଚାର କରି ରେଡ଼କ୍ରସର ରକ୍ଷଣl ବେକ୍ଷଣା ଓ ବିପର୍ଯ୍ୟୟ ସମୟରେ ସ୍ବେଛାସେବୀଙ୍କ ଉତ୍ତମ କାର୍ଯ୍ୟ ନେଇ ତାଲିମ ପ୍ରଦାନର ସୁବ୍ୟବସ୍ଥା କରାଇବାକୁ ନିବେଦନ ରଖିଥିବାର ଜଣାପଡିଛି l