ମହାକାଳପଡ଼ା,୧୭/୮: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଳିପାଳ ପଂଚାୟତ କଳପଡା ଗାଁ ର ଦୁଇ ଦଳିତ ପରିବାର ବର୍ଷେ ହେବ ସାମାଜିକ ବାଛନ୍ଦ ରହି ଦହଗଞ୍ଜ ଭୋଗୁ ଥିଲେ ବି ପ୍ରଶାସନ ନ୍ୟାୟ ପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଛି l ଉଲ୍ଲେଖ ଥାଉକି ସାହିର ରବୀନ୍ଦ୍ର ମଳିକ ଓ ଗୌରାଙ୍ଗ ମଳିକଙ୍କ ଦୁଇ ପରିବାରକୁ କୌଣସି କାରଣରୁ ଜାତିଆଣ ବୈଠକରୁ ବାରଣ କରଯାଇ ଉଠାଇ ଦିଆଯାଇଥିଲା l ସେହି ଦିନ ଠାରୁ ଦୁଇ ପରିବାରକୁ ନିଆଁ,ପାଣି ବାରଣ କରାଯାଇଛି l ପର୍ଯାୟ କ୍ରମେ ଦୁଇ ପରିବାରକୁ ପଡୋଶୀ ଓ ଗାଁ ରୁ ବାଛନ୍ଦ କରଯାଇ ହଇରାଣ ହରକତ କରlଯାଉଥିଲା l ଏନେଇ ଦୁଇ ବାଛନ୍ଦ ପରିବାର ପ୍ରଥମେ ମହାକାଳପଡ଼ା ଥାନା ରେ ଲୀଖିତ ଅଭିଯୋଗ କରିଥିଲେ l
ମାତ୍ର ଅଭିଯୋଗ କାରୀଙ୍କ ଅଭିଯୋଗ କାଗଜ ପତ୍ର ଭିତରେ ସୀମିତ ରହିଯିବାରୁ ଅଭିଯୋଗ କାରି ଜିଲ୍ଲା କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି l ଏପରିକି ବିପକ୍ଷ ଲୋକେ ସରକାରୀ ଦଳିଆ ଲୋକ କହି ବେପରବାୟ ଠାଣିରେ ବିରୋଧ ପରେ ବିରୋଧ କରିଚାଲିଛନ୍ତି l ଜାତିଆନା ବୈଠକ ରୁ ବାଛନ୍ଦ ରଖୁବା ପରେ ପରେ ସାମାଜିକ ବାଛନ୍ଦ କରାଇ ହଇରାଣ ହରକତ କରୁଥିବା ନେଉ ଦୁଇ ପରିବାର ଅଭିଯୋଗ କରନ୍ତି l ପ୍ରଶାସନିକ ଅବହେଳାରୁ ବିପକ୍ଷ ଲୋକେ ଅନ୍ତରାୟ ସୃଷ୍ଟି କରିବାରେ ବେଶ ମହୁକା ପାଉଛନ୍ତି l ସେହିପରି ସାହିର ସୁଶାନ୍ତ ମଳିକ, ପି -ରତ୍ନାକର ବାଛନ୍ଦ ପରିବାରକୁ ସାହିରେ ଥିବା ସରକାରୀ ନଳକୂପରୁ ପାଣି ନେବା ପାଇଁ ବନ୍ଦ କରୁଛନ୍ତି l ଅପର ପକ୍ଷରେ ଶୁଖିଲା ଜମିରେ ଚାଷ ପାଇଁ ପାଣିକଳ ରେ ପାଣି ମାଡାଇବା ସମୟରେ କଳକୁ ଫୋପାଡ଼ି ଦେଇଛନ୍ତି l ଆହୁରି ମଧ୍ୟ ଜମି ଚାଷ କରାଇନଦେବାର ମସୁଧା ଚଳାଇଛନ୍ତି l ଆଜିର ଗଣତନ୍ତ୍ର ଶାସନ ସମୟେ ଜାତିଆନା ରେ ବାଛନ୍ଦ ଭଳି ଶବ୍ଦର ବ୍ୟବହାର କେତେଯେ ଯୁକ୍ତି ଯୁକ୍ତ ତାହାହିଁ ଆଗାମୀ ଦିନରେ ଜଣାପଡିବ l