ମହାକାଳପଡ଼ା,୧୪ /୯ – (କେଶବ ଚନ୍ଦ୍ର ନାଥ ) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ତ ବତୀଘର ପଂଚାୟତ କଜଳପାତିଆ ଗାଁ ର ବିଶ୍ୱଜିତ ପଣ୍ଡାଙ୍କ ନାବାଳିକା ଝିଅକୁ ଗ୍ରାମସ୍ଥ ଶତ୍ରୁଘନ ମଣ୍ଡଳ ପିତା- ସୁଧାଂଶୁ ଅଗଷ୍ଟ ମାସ ୧ ତାରିଖ ଦିନ ସନ୍ଧ୍ୟାରେ ପାଠ ପଢି ଫେରିବା ବାଟରେ ବଳପୂର୍ବକ ଅପହରଣ କରିନେଇଥିଲେ । ଖବର ପାଇଁ ଅପହୃତାଙ୍କ ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ପରବର୍ତ୍ତୀ ଦିନ ଜମ୍ବୁ ସାମୁଦ୍ରିକ ଥାନାରେ ଅପହରଣକାରୀ ଓ ତାଙ୍କ ପିତାଙ୍କ ନାମେ ଅଭିଯୋଗ କରିଥିଲେ । ପରେ ବିଶ୍ୱଜିତ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଝିଅର ଅପହରଣକୁ ନେଇ ଗାଁ ସଭାରେ ଫେରାଦ ହେବାରୁ ସୁଧାଂଶୁ ଝିଅକୁ ଗ୍ରାମ ସଭାରେ ତୁରନ୍ତ ହାଜର କରାଇବେ ବୋଲି ଭଦ୍ରଲୋକଙ୍କୁ ପ୍ରତଶ୍ରୁତି ଦେଇଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ହୁଗୁଳାକୁ ମୁଣ୍ଡ ବୁଲା ଶେଉଳ ଭଳି ଜମ୍ବୁ ସାମୁଦ୍ରିକ ଥାନା ପୋଲିସର ତଦନ୍ତ ଘେରରୁ ଖସିଯାଇଛି । ସୁଧାଂଶୁ ମଣ୍ଡଳ ପାରାଦ୍ୱୀପ ଅଂଚଳରେ ରହି କାମ କରୁଥିବା କଥା ଅଭିଯୋଗକାରି ପରିବାର ଓ ପଡୋଶୀ କହନ୍ତି । ଅନ୍ୟ ଏକ ଷଡ଼ଯନ୍ତ୍ର କାରି ପଡୋଶୀ ଘର ମହିଳାଙ୍କର ଏଦିଗରେ ଅପହରଣକାରୀଙ୍କୁ ପୂର୍ଣ୍ଣ ସହଯୋଗ କରୁଥିବା କଥା ମଧ୍ୟ ନାବାଳିକlଙ୍କ ପରିବାର ଲୋକ କହନ୍ତି । ପୋଲିସର ନୀରବତାର ସୁଯୋଗ ନେଇ ସୁଧାଂଶୁଙ୍କ ବନ୍ଧୁ ଓ ସମ୍ପର୍କୀୟମାନେ ସର୍ବସାଧାରଣ ସ୍ଥାନରେ ବିଶ୍ୱଜିତଙ୍କ ପରିବାର ଲୋକଙ୍କୁ ଧମକ ଦେଉଛନ୍ତି । ନାବାଳିକା ଅପହରଣ ଭଳି ସ୍ପର୍ଶ କାତର ଘଟଣା ସ୍ଥଳେ ପୋଲିସ ପ୍ରଶାସନର ନିରବତା ପ୍ରତିବାଦରେ ଆଗାମୀ ଦିନରେ ବିଶ୍ୱଜିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଜଣାପଡିଛି ।