ମହାକାଳପଡ଼ା,୧/୧୧: ଗ୍ରାହକ ମାନଙ୍କୁ ଉତ୍ତମ ବିଜୁଳି ସେବା ଲକ୍ଷ୍ୟରେ ଓଡିଶା ସରକାର ବିଦ୍ୟୁତ ବିଭାଗକୁ ଘରୋଇ କରଣ କରାଇଥିଲେ l ମାତ୍ର ଉପକୂଳ ଅଂଚଳରେ ଦାୟିତ୍ୱ ନ୍ୟସ୍ତ ସେସୁ କର୍ତ୍ତୃପକ୍ଷ ଥା ମା ଭାବେ କାମ ସାରି ଦେଇଚୁପ ବସିଥିଲେ l ଯାହାର ଏକ ନଗ୍ନ ଚିତ୍ର ଦେଖୁବାକୁ ମିଳିଛି କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନର ମହାକାଳପଡ଼ା ବିଦ୍ୟୁତ ଉପଖଣ୍ଡ ବାବର ସେକ୍ସନ ଅନ୍ତର୍ଗତ ପୂର୍ବ ସୁନୀତି ର ଉପଭୋକ୍ତା ଅବନ୍ତୀ ଖାଲୁଆଙ୍କ କ୍ଷେତ୍ରରେ l ଦଳିତ ବର୍ଗ ତଥା ବିପିଏଲ ପରିବାର ର ବ୍ୟକ୍ତି ହୋଇବି ୧୦ ବର୍ଷ ତଳେ ସାଧାରଣ ବର୍ଗ ଭାବେ ଗୃହକୁ ବିଦ୍ୟୁତ ସଂଯୋଗ କରାଇଥିଲେ l ମାତ୍ର ତତ୍କାଳୀନ ସେକ୍ସନ ଅଧିକାରୀ ମୁଖ୍ୟ ଖୁଣ୍ଟି ଠାରୁ ଦୁଇ ଗୋଟି ବହ୍ଲା ପୋତାଇ ୭୦ ଫୁଟ ଦୂରର ଉପଭୋକ୍ତା କୁ ବିଦ୍ୟୁତ ସଂଯୋଗ କରାଇଥିଲେ l ପରବର୍ତ୍ତୀ ସମୟରେ କିଛି ସ୍କିମ ଯୋଗେ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ କରାଯାଇଥିବା ସ୍ଥଳେ ବି ଅବନ୍ତୀଙ୍କୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ରେ ସୁଧାର ଆସିନି l
ଏଯାବତ ବିପଦ ସଂକୁଳ ବ୍ୟବସ୍ଥାରେ ବିଜୁଳି ଜାଳୁଛନ୍ତି ଅବନ୍ତିଙ୍କ ପରିବାର l ଗୃହକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ରେ ସୁଧାରଆଣିବା ନେଇ ଉପଭୋକ୍ତା ସେକ୍ସନ କର୍ତ୍ତୃପକ୍ଷ ସରପଞ୍ଚ ଓ ସ୍ଥାନୀୟ ଲାଇନ ମ୍ୟାନ କୁ ଗୁହାରି କରି ଥକିପଡିଲେଣି l ସେସୁ ପରେ ଚତୁର ଟାଟାପାୱାର କର୍ତ୍ତୃପକ୍ଷ ବିଦ୍ୟୁତ ଯୋଗାଣ, ମରାମତି ଓ ବିଲ ଆଦାୟ ଦାୟିତ୍ୱ ଗ୍ରହଣ କରିଛି l କିନ୍ତୁ ଟାଟା ପାୱାର ଉପଭୋକ୍ତା ଙ୍କ ସୁବିଧା ସୁଯୋଗ ଦେଖିବା ବଦଳରେ ଆରମ୍ଭରୁ ସଚଳ ମିଟର ଉଠାଇ ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କ ଠାରୁ ଲାଭବାନ ହେବାର ଲକ୍ଷ୍ୟ ରଖିଛି l ଏଭଳି ଅବ୍ୟବସ୍ଥା ମଧ୍ୟରେ ଉପଭୋକ୍ତାଙ୍କ ମଙ୍ଗଳ କଥା କମ୍ପାନୀ ନା କର୍ମଚାରୀ କେହିବି ଚିନ୍ତା କରୁନାହାଁନ୍ତି l ତେବେ ଦେଖିବାକି ବାକି ରହିଲା କେବେ ଟାଟା କମ୍ପାନୀ ଉପଭୋକ୍ତା ଙ୍କ ମଙ୍ଗଳ ମନାସି ଦଳିତ ତଥା ବିପିଏଲ ବର୍ଗର ଉପଭୋକ୍ତା ଅବନ୍ତୀଙ୍କ ପ୍ରତି ଦୃଷ୍ଟି ଦେଉଛି l