ମହାକାଳପଡ଼ା,୨ /୧୧ : ଅବକ୍ଷୟ ମୁଖୀ ଜଙ୍ଗଲକୁ ଆଉ ନିରାପଦ ମଣୁ ନାହାଁନ୍ତି ବନ୍ୟ ଜୀବ l ଖାଦ୍ୟ ଓ ନିରାପଦ ଆଶ୍ରୟ ସ୍ଥଳୀ ଅନ୍ୱେଷଣରେ ବନ୍ୟ ଜୀବ ଗୁଡିକ ଅଧିକାଂଶ ସମୟରେ ଜନବସତି ଆଡକୁ ମାଡି ଆସି ଅଶେଷ କ୍ଷୟ କ୍ଷତି ଘଟାଉଥିବାର ନଜିର ରହିଛି l ଏହିଭାବେ କିଛିଦିନ ତଳୁ ଗୋଟିଏ ଜଙ୍ଗଲୀ ହାତୀଟି ପଲ୍ଲ ଛାଡି ଦେବାପରେ ଜନବସତିକୁ ପଶି ଆସି ଅଣବିଭାଜିତ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପଦ୍ରଵ ରଚୁଥିଲା l କେବେ କଟକ, କେଉଁଦିନ ଜଗତସିଂହପୁର ତ ଆଉକେବେ କେନ୍ଦ୍ରାପଡା ରେ ଉପଦ୍ରଵ ରଚନା କରି ଚାଲି ଥିଲା l ଅଳ୍ପ କିଛିଦିନ ତଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ପାଚିଲା ଧାନ କ୍ଷେତରେ ପଶି ଫସଲ ନଷ୍ଟ କରିବା ସହିତ ବୃଦ୍ଧା ଜଣକୁ ଦଳିଚକଟି ମାରିଦେଇଥିଲା l ପରବର୍ତ୍ତୀ ସମୟରେ ଜଗତସିଂ ପୁର ଜିଲ୍ଲାରେ ଉପଦ୍ରଵ ରଚିଵା ପରେ ରବିବାର ଦିନ ସକାଳୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗଡ଼ରୋମିତ ପଂଚାୟତ ସୁବଳା ଗ୍ରାମର ଧାନ କ୍ଷେତରେ ଦେଖିବାକୁ ମିଳିଥିଲା l

ଏପରିକି ଖବର ଚାରିଆଡେ ବ୍ୟାପିଯିବାରୁ ଲୋକଙ୍କ ଭିଡ଼ ଦେଖି ହାତୀ ଧାନ କ୍ଷେତରେ ପଶି ଯାଇଥିଲା l ଧାନ ଫସଲ ନଷ୍ଟ କରିଚାଲିଥିବା ହାତୀଟିକୁ ବନ ବିଭାଗ କାବୁ କରିବା ପାଇଁ ସଦଳବଳେ ଘଟଣା ସ୍ଥଳରେ ପହଂଚି ଥିଲେ l ମାତ୍ର ବନ ବିଭାଗୀୟ କର୍ମଚାରୀ ମାନେ ଜନତାଙ୍କ ସୁରକ୍ଷା ପ୍ରତି ନଜର ରଖି ହାତୀ କୁ ଟ୍ରlଙ୍କୁଲାଇଜ କରିବାର ସୁଯୋଗ କୁ ଅପେକ୍ଷା କରିଥିଲେ l ଅପରାହ୍ନ ସମୟରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ ବନ ଅଧିକାରୀଙ୍କ ମିଳିତ ଅପରେସନ ବଣୁଆ ହାତୀଟିକୁ କାବୁ କରିବାରେ ସକ୍ଷମ ହୋଇଛି l ଏହି ଅପରେସନ ରେ ନନ୍ଦନକାନନ ରୁ ଆସିଥିବା ବିଶେଷଜ୍ଞ ଦଳ ଓ ରେସ୍କ୍ୟୁ ଟିମ ସାମିଲ ଥିଲେ l ବିଶାଳକାୟ ବନ୍ୟ ଜୀବଟିକୁ ସ୍ୱତନ୍ତ୍ର ପ୍ରକାରରେ ରୋପ ଓ ଚେନ ପୁଲି ଜରିଆରେ ହାତୀଟିକୁ ହାୱା ରେ ଭର୍ତ୍ତି କରି ସ୍ଥାନ ପରିତ୍ୟାଗ କରିଥିବାର ଜଣା ପଡିଛି l ଉପକୂଳ ଅଂଚଳରେ ବଣୁଆ ହାତୀ ପହଂଚିବା ଓ ରେସ୍କୁ ପ୍ରଥମ ଥିବାରୁ ଦେଖିବାକୁ ସାଧାରଣ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା l