ସରକାରୀ ଜମି ମାପଚୁପ ବେଳେ ଚାପା ଉତ୍ତେଜନା

ମହାକାଳପଡ଼ା,୧/୧୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲ ଅଧୀନ ପାରେଶ୍ୱରପୁର ରାଜସ୍ବ ସର୍କଲ ଅନ୍ତର୍ଗତ ବଉଳକଣି ପଂଚାୟତ ପ୍ରଭାକରପୁର ଗାମୁଣ୍ଡ ରେ ସର୍ବସାଧାରଣ ରାସ୍ତା ପାଇଁ ତୋଷିଆବେଲାରୀ, ଜ୍ୱାଇଁପଡ଼ାଓ ପ୍ରଭାକର ଗାଁ ଲୋକେ ଦାବିକରିଆସୁଥିଲେ l ଏନେଇ ବର୍ଷାଧିକ ହେବ ରାଜସ୍ବ ବିଭାଗ ତରଫରୁ ମାପ ଚୁପ କରାଯାଇ ଚିହ୍ନିତ କରାଯାଇଥିଲା l କିନ୍ତୁ ଗାମୁଣ୍ଡରେ ସରକାରୀ ଜମିକୁ ଘରବାରୀ କରି ଜବରଦଖଲରେ ଥିବା ବ୍ୟକ୍ତି ଜଣକ ଅବମାନନା କରି ରାସ୍ତା ପାଇଁ ଦଖଲ ଛାଡିବା ପରିବର୍ତ୍ତେ ଝାମେଲା ବଢ଼ାଇଥିଲେ l ପରବର୍ତ୍ତୀ ସମୟରେ ତିନିଗୋଟି ପଡ଼ାର ଲୋକଙ୍କ ଉଦ୍ୟମରେ ଅଳ୍ପ କିଛି ମହରମ ରାସ୍ତାରେ ଆଚ୍ଛାଦିତ କରାଯାଇଥିଲା l କିନ୍ତୁ ପ୍ରସ୍ତୁତ ଅସ୍ଥାୟୀ ରାସ୍ତାରେ ବାଇକ ନେଇ ଯିବା ସମ୍ଭବ ହେଉନଥିବା ବେଳେ ଚାରି ଚାରିଚକିଆ ଗାଡି କଥା ପଚାରେ କିଏ l ସମସ୍ୟାର ସ୍ଥାୟୀ ସମାଧାନ ନହେବାରୁ ଅଳ୍ପ କିଛି ଦିନ ତଳେ ତିନି ପଡ଼ାର ଲୋକେ ସୁଦୂର ଛପାଲି ଗଡା଼ରୁ 8କିଲୋମିଟର ରାସ୍ତା ଚାଲି ଚାଲି ଆସି ମହାକାଳପଡ଼ା ତହସିଲଦାରଙ୍କୁ ପ୍ରଭାକର ପୁର ଗାମୁଣ୍ଡର ସମସ୍ତ ସରକାରୀ ଜମି ଚିହ୍ନଟ କରିବାକୁ ଅଭିଯୋଗ କରିଥିଲେ l ତଦନୁଯାୟୀ ବିଳମ୍ବରେ ହେଉପଛେ ମଙ୍ଗଳବାର ଦିନ ତହସିଲ କର୍ତ୍ତୃପକ୍ଷ ରୂ ଅମିନମାପ ଆରମ୍ଭ କରିଥିଲେ l କିନ୍ତୁ ଜବରଦଖଲ କାରୀଙ୍କ ପକ୍ଷରୁ କେହି ଜଣେ ବ୍ୟକ୍ତି ଅମିନ ସହିତ କିଭଳି ମାପ ଚୁପ ହେଉଛି, କେଉଁଠୁ ମାପ ଆସିଲା ବୋଲି ପ୍ରଶ୍ନ କରିଥିଲେ l ମାପ କରୁଥିବା ଅମିନ ଜବରଦଖଲ ପକ୍ଷର ବ୍ୟକ୍ତି ଙ୍କ ସହିତ ଆଲୋଚନା କରିବାସମୟରେ ପୋଲିସ ପ୍ରଶାସନ ଉପସ୍ଥିତିରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା l କିନ୍ତୁ ପରେ ଉତ୍ତେଜନା ଥମିବାରୁ ସରକାରୀ ଜମି ଚିହ୍ନ୍ନଟ କରାଇବା ସହିତ ତିନି ପଡ଼ାବାସୀଙ୍କ ଯାତାୟତ ନେଇ ରାସ୍ତା ଚିହ୍ନିତ ହୋଇପାରିଛି l ଦେଖିବାକୁ ବାକି ରହିଲା ପଂଚାୟତ କର୍ତ୍ତୃପକ୍ଷ ପ୍ରଶାସନିକ ସହଯୋଗରେ କେବେ ପଡlବାସୀଙ୍କୁ ସ୍ଥାୟୀ ପକ୍କା ରାସ୍ତା ଯୋଗାଇ ଦେଉଛି l ରାସ୍ତା ପ୍ରସ୍ତୁତି ପରେ ତିନି ପଡ଼ା ବାସିନ୍ଦାଙ୍କ ଯାତାୟତ ପଥ ଭଳି ପ୍ରମୁଖ ମୌଳିକ ସମସ୍ୟା ସମାଧାନ ହେବାପରେ ଲୋକେ କେତେ ଖୁସି ବ୍ୟକ୍ତ କରୁଛନ୍ତି l ମାପ ଚୁପ ସମୟରେ ପାଞ୍ଚଗାୟତର ମୁରବି ଅମରେନ୍ଦ୍ର ସାମଲ, ବାବୁଲି ତରାଇ ଙ୍କ ସହିତ ଜମ୍ବୁ ସାମୁଦ୍ରିକ ପୋଲିସ ପ୍ରଶାସନ, ଦୁଇ ରାଜସ୍ବ ପରିଦର୍ଶକ ଓ ଅମିନ ସହିତ ତିନିପଡାର ଅଧିକାଂଶ ମୁରବି ମାନେ ଉପସ୍ଥିତ ଥିଲେ l