ମହାକାଳପଡ଼ା,୩/୧୨: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାସ୍ଥିତ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ ବିକାଶ ପାଣ୍ଠି ବିନିଯୋଗ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅର୍ଥଆତ୍ମସାତ ଅଭିଯୋଗ ମୂଳକ ଖବର ଗଣମାଧ୍ୟମରେ ପ୍ରକାଶନ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି l ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ମାଣ କାର୍ଯ୍ୟର ତଦନ୍ତ ଆରମ୍ଭ ହୋଇଛି। ଦାୟିତ୍ୱନ୍ୟସ୍ତ ଅଧିକାରୀ ତଦନ୍ତ କାର୍ଯ୍ୟ ଚଳାଇଥିବା ବେଳେ ମହାବିଦ୍ୟାଳୟ କତ୍ତୃପକ୍ଷ ସତର୍କତା ନେଇ କଲେଜ ପରିସରରେ ଏକ ରୁଦ୍ଧଦ୍ୱାର ବୈଠକ ମଧ୍ୟ ଡକାଇଥିବାର ଜଣାପଡ଼ିଛି। ଏହି ବୈଠକରେ କଲେଜ ନିର୍ମାଣ କମିଟି ର କେତେକ ସଦସ୍ୟ ଯୋଗ ଦେଇଥିବା ବେଳେ ଅନ୍ୟ କେତେକ ସଦସ୍ୟ ଅନୁପସ୍ଥିତ ଥିବା ଜଣାପଡିଛି। ତେବେ ଏହି ବୈଠକରେ ଅର୍ଥ ହେରଫେରକୁ ଲୁଚାଇବା କୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି l ମହାକାଳପଡା ବିଡ଼ିଓ ଦେବାଶିଷ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ, ସଦର ପଞ୍ଚାୟତ ର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ସାହୁ କଲେଜ ପରିସରରେ ପହଞ୍ଚି ଏହି ଘଟଣାର ତଦନ୍ତ କରିବା ସହ ସମସ୍ତ ରେକର୍ଡ଼ ପତ୍ର ଗୁଡ଼ିକୁ ଯାଞ୍ଚ କରିଥିଲେ। ତଦନ୍ତ କାର୍ଯ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମାଣ କମିଟି ଦାୟିତ୍ୱରେ ଥିବା ଅଧ୍ୟାପକ ସହଯୋଗ କରିଥିଲେ । ବିଭିନ୍ନ କାର୍ଯ୍ୟ ସମୟରେ ନିର୍ମାଣ କମିଟିକୁ ଉପେକ୍ଷା କରି କେତେଜଣ ବାହୁ ବଳି ଅଧ୍ୟାପକ ଏଭଳି କାର୍ଯ୍ୟ କରୁଥିବାରୂ ପାଣ୍ଠି ବିନିଯୋଗରେ ଅର୍ଥ ତୋଷରପାତ ପ୍ରଶ୍ନ ଉଠୁଛି l ଦେଖିବାକୁ ବାକୁ ବାକି ରହିଲା କେବେ ଏସବୁର ଖୁଲାସା ହେଉଛି l