ମହାକାଳପଡ଼ା : ପ୍ରଚାର ସର୍ବସ୍ବ ରାଜ୍ୟ ସରକାର ଦୀର୍ଘ ଦିନର ରାଜୁତି କାଳରେ ଓଡ଼ିଶାର ଅବହେଳିତ ସ୍ୱାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ଦେଇନାହିଁ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ୧୦୦୦ ଜନସଂଖ୍ୟା ରେ ଜଣେ ଡାକ୍ତର ଥିବା ବେଳେ ଓଡିଶା ରେ ତାହା ଆଜିବି ୫୦୦୦ ରୁ ଅଧିକ ଥିବାର ଜଣା ପଡିଛି l କିନ୍ତୁ ୨୦୧୨ ତ୍ରୖସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଵ୍ୟହିତ ପୂର୍ବରୁ ଅସଜଡ଼ା ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିରେ ଅଗ୍ରଗତି ଆଣିବା ପରିବର୍ତ୍ତେ ଭୋଟର ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟକରିବା ଲକ୍ଷ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କରୁଛନ୍ତି l ଗରିବ ତଥା ରାସନ କାର୍ଡ ହିତାଧିକାରୀ ପରିବାର ଗୁଡିକୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରି ତ୍ୱରିତ ପଂଚାୟତ ସ୍ତରୀୟ କାର୍ଡ ଆବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ପ୍ରାୟତଃ ନିର୍ବାଚନ ଆଦର୍ଶ ଆଚରଣ ଵିଧି ଲାଗୁ ହେବା ପୂର୍ବରୁ ସରକାରୀ ଯୋଜନାକୁ ଦଳୀୟ କାର୍ଯ୍ୟକ୍ରମ ତପ୍ତରତା ସହକାରେ ଶେଷକରିବାକୁ ପ୍ରୟାସ ଚଳାଇଛନ୍ତି l ଜାତୀୟ ସ୍ୱାସ୍ଥ୍ୟ ମାନଦଣ୍ଡ ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଢେର କମ ସଂଖ୍ୟକ ଡାକ୍ତର ଥିବାବେଳେ ରାଜ୍ୟ ସରକାର ଡାକ୍ତର ସେବିକା ଯୁକ୍ତି ଭୁଲି ଯାଇ ଗରିବଙ୍କ ସ୍ୱାସ୍ଥ୍ୟ ସେବା ନେଇ ସ୍ମାର୍ଟ କାର୍ଡ ଆବଣ୍ଟନ ରେ ମନନିବେଶ କରିଛନ୍ତି l ସ୍ୱାସ୍ଥ୍ୟ କାର୍ଡ ଆବଣ୍ଟନରେ ସ୍ୱାସ୍ଥ୍ୟ ବିଭାଗ କୁ ଛାଡି ଦଳୀୟ ପତିଆରା ପ୍ରଚାର ଲକ୍ଷ୍ୟରେ ପଂଚାୟତି ରାଜ ବିଭାଗ କୁ ହାତବାରିସୀ ସଜାଇଛନ୍ତି l
ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ମେଳା ଆୟୋଜନ ଖର୍ଚ୍ଚ ନେଇ ବିଡ଼ିଓ ମହାକାଳପଡ଼ା ବ୍ଲକ ଅଧିନସ୍ଥ 180 ରୂ ଅଧିକ ଗାଁ କଲ୍ୟାଣ ସମିତି ପାଣ୍ଠିରୁ 5000/- ଟଙ୍କା ଲେଖାଏଁ ପ୍ରଦାନ ପାଇଁ ପତ୍ରାଙ୍କ ଜାରି କରିଛନ୍ତି l କେନ୍ଦ୍ରାପଡା ସିଡିଏମଓ ଙ୍କ ପତ୍ରାଙ୍କ ସଂଖ୍ୟା11598/20.09.21 କୁ ରେଫରେନ୍ସ ଭାବେ ବିଡ଼ିଓ ଙ୍କ ପତ୍ରାଙ୍କ ସଂଖ୍ୟା 6828/10.12.21 ଯୋଗେ ଗାଁ କଲ୍ୟାଣ ସମିତି ପାଣ୍ଠି ରୂ 5000/-ଟଙ୍କା କ୍ୟାଶ ଵା ବିଡ଼ିଓଙ୍କ ସ୍ଥାନୀୟ ପଂଜାବନେସନାଲ ବ୍ୟାଙ୍କ ଆକାଉଣ୍ଟ କୁ ଏନଇଏଫଟି ପାଇଁ ସମିତିର ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l 15ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରଚୁଆଲ ଶୁଭାରମ୍ଭ ପରେ ମହାକାଳପଡ଼ା ବ୍ଲକର ସଦର ମହାକାଳପଡ଼ା ପଂଚାୟତ ରେ ବୁଧବାର ଦିନ ସ୍ୱାସ୍ଥ୍ୟ କାର୍ଡ ଆବଣ୍ଟନ ମେଳା ଅନିଷ୍ଠିତ ହୋଇଥିଲା l
ମେଳାରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଭଳି ସ୍ମାର୍ଟ କାର୍ଡ ର ଉପକାର ବିଷୟରେ ଆଲୋକପାତ କରିଵା ପରେ ସ୍ମାର୍ଟ କାର୍ଡ ଆବଣ୍ଟିତ ହୋଇଥିଲା l ପୂର୍ବାହ୍ନ ରୂ କାର୍ଡ ବଣ୍ଟନ ମେଳାକୁ ଆସିଥିବା ମହିଳା ଓ ପୁରୁଷ ମାନଙ୍କୁ ଖାଦ୍ୟ କି ପାନୀୟ କୌଣସି ଭାବେ ଆପ୍ୟାୟିତ କରାଯାଇନଥିଲl l ମଧ୍ୟାହ୍ନର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଭୋକ ଉପାସରେ ପଡିରହିଥିବା ଅଧିକାଂଶ ମହିଳା ଚାଲିଯିବା ପରେ ଚତୁରତା ଭାବେ ଟିଫିନ ପ୍ୟାକେଟ ଆବଣ୍ଟନ ହୋଇଥିଲା l ସଭାସ୍ଥଳରେ ରହିଯାଇଥିବା ଅଳ୍ପ କିଛି ମହିଳା ମାନଙ୍କ ମାଧ୍ୟାରେ ଟିଫିନ ପାଇଁ କିଛି ସମୟ ଠେଲା ପେଲା ଦେଖାଦେଇଥିଲା l ଉଲ୍ଲେଖ ଥାଉକି ପଂଚାୟତ ଅଧିନସ୍ଥ 11ଟି ରାଜସ୍ବ ଗ୍ରାମରୁ ସ୍ୱାସ୍ଥ୍ୟ ମେଳା ନେଇ ଅଧିକାଂଶ ସମିତି ଅର୍ଥ ରାଶି ପତ୍ରନୁଯାଇ ପୈଠ ପରେ ବି ଏଭଳି ଅବ୍ୟବସ୍ଥା କୁ ନେଇ ପ୍ରଶ୍ନ ଉଠୁଛି l ପରବର୍ତ୍ତୀ ଦିବସ ରେ ବିଭିନ୍ନ ପଂଚାୟତ ରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ମେଳାରେ ଖାଦ୍ୟ ପେୟର ଉତ୍ତମ ବ୍ୟବସ୍ଥା କରଯାଇଥିବାର ଜଣାପଡିଛି l କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ବ୍ଲକ ର ସଦର ମହକୁମା ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ ଯୋଜନା କୁ ଲୋକାଭିମୁଖୀ କରିବା ନେଇ ରାଜ୍ୟ ସରକାର ଅନ୍ୟାନ୍ୟ ପଂଚାୟତ ଭଳି ଅର୍ଥ ବ୍ୟୟ ନେଇ ପ୍ରତ୍ୟକ୍ଷ ବ୍ୟବସ୍ଥା କରିବି ପ୍ରଦତ୍ତ ଅର୍ଥର ସଦୁପଯୋଗ କରିବାରେ ବିଫଳ ହୋଇଛନ୍ତି l