ମହାକାଳପଡ଼ା, ୩ /୪ : ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି ଓ ନୀଳକଣ୍ଠ ଦାସଙ୍କର ପ୍ରମୁଖ ଭୂମିକl ରହିଛି l ଆଉ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହାସଲ କରିଥିଲା ଓଡିଶା l ଯାହାନେଇ ଓଡିଶା ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବା ପରେ ଜୋହନ ହବାକ ପ୍ରଥମ ରାଜ୍ୟ ପାଳ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଥିଲେ l ଯାହାନେଇ ମହାକାଳପଡ଼ା ସିଡିପିଓ ଶୁକ୍ରବାର, ଏପ୍ରିଲ ୧ ତାରିଖ ଦିନ ଚଡାଇଗୁଆଁ ପଟଣା ଅଙ୍ଗନ ୱାଡି କେନ୍ଦ୍ରର ଉତ୍କଳ ଦିବସ କାର୍ଯ୍ୟାକ୍ରମରେ ସାମିଲ ହୋଇଥିଲେ l ସିଡିପିଓ, ଅଙ୍ଗନ ୱାଡି କେନ୍ଦ୍ରର କର୍ମୀ, ସହାୟିକା ଓ କେନ୍ଦ୍ରସ୍ଥ ଶିଶୁ ମାନେ ମିଳିତ ଭାବେ ଦିବସ ଟିକୁ ପାଳନ କରିଥିଲେ l କିନ୍ତୁ ଦୁଃଖର କଥା ଉତ୍କଳଦିବସରେ ଖୋଦ ସିଡିପିଓ ଉପସ୍ଥିତ ଥାଇବି ସଂଗ୍ରାମୀ ପୁରୁଷ ମାନଙ୍କ କଥା ଭୁଲିଯାଇ ଥିବା ଭଳି ଅନୁମେୟ ହେଉଛି l ଜାତିରପିତା ମହାତ୍ମା ଗାନ୍ଧି ଓ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟରେ ଅର୍ପଣ କରିଥିଲେ l ମଧୂସୁଧନ, ଗୋପବନ୍ଧୁ, ଫକୀରମୋହନ କି ନୀଳକଣ୍ଠ ଗୋଟିକ ଫଟୋ ଚିତ୍ର ବି ସ୍ଥାପନ କରାଯାଇନଥିଲା l ଯାହାକି ସଂଗ୍ରାମୀ ପୁରୁଷ ମାନଙ୍କ ପ୍ରତି ପୂର୍ଣ୍ଣ ଅବହେଳା ବୋଲି ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି l