ମହାକାଳପଡ଼ା ଭାଜପା ତରଫରୁ ୨ ଟି ଜୋନରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ମହାକାଳପଡ଼ା, ୧୩/୦୮ : (ଅରକ୍ଷିତ ନାଥ) – ମହାକାଳପଡ଼ା ଭାଜପା ତରଫରୁ ଗୁରୁବାର ମହାକାଳପଡ଼ା ବ୍ଲକ ଅଧୀନ ୨୨ନଂ ଜୋନ ଓ ୨୩ନଂ ଜୋନ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ବିଜେପି ନେତା ସରୋଜ ସାହୁ ଙ୍କ ନେତୃତ୍ୱ ରେ ୨୨ନଂ ଜୋନରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ଜୋନ ସଭାପତି ପବିତ୍ର ଚୌଧୁରୀ, ସଞ୍ଜୟ ଦଳାଇ, ଚିତ୍ତରଞ୍ଜନ ପ୍ରଧାନ, ସୁକାନ୍ତ ଖଟୁଆ,ମଦନ ଦାସ , ରୁଦ୍ର ନାରାୟଣ ଦାସ ଓ ଅନିଲ ମଣ୍ଡଳ ଆଦି ସହଯୋଗୀ ଭାବେ ଉପସ୍ଥିତ ଥିଲେ l ବାରଡାଙ୍ଗ ଓ ବଉଳକଣୀ ପଂଚାୟତ ର ମହିଳା ଓ ପୁରୁଷ ମାନେ ହାତରେ ଜାତୀୟ ପତାକା ଧରି ଛପାଲି ଠାରୁ ବାହାରି ନନ୍ତାର ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ରେ ସାମିଲ ରହିଥିଲେ l

ସେହିଭଳି ୨୩ଜୋନରେ ମଙ୍ଗଳପୁର ପଂଚାୟତ ର ସମିତି ସଭ୍ୟ ରଞ୍ଜନ ଚୌଧୁରୀ ଙ୍କ ନେତୃତ୍ୱ ରେ ଆୟୋଜିତ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ରେ ଜୋନ ସଭାପତି ତ୍ରିଲୋଚନ ରାଉତ, ସମିତି ସଭ୍ୟ ବତୀଘର କୃଷ୍ଣପଦ ମଣ୍ଡଳ ଓ ପେଟଛେଲା ସତ୍ୟବ୍ରତ ବେହେରା, ଛାମୁଆକର୍ମୀ ସୁକାନ୍ତ ସ୍ୱାଇଁ , ଦେବାଶିଷ ନନ୍ଦ, ନାଥ ଭୋଳ ଓ ଭୀଷ୍ମ ଲେଙ୍କା ଆଦି ସାମିଲ ଥିଲେ l ମଙ୍ଗଳପୁର , ବରକନ୍ଧା, ପେଟଛେଲା ରାମନଗର, ଖରିନାସି, ଓ ବତୀଘର ପଂଚାୟତ ର ମହିଳା, ପୁରୁଷ, ଯୁବକ ଓ ଯୁବତୀ ମାନେ ତ୍ରିରଙ୍ଗା ଯାତ୍ରା ରେ ଯୋଗ ଦେଇଥିଲେ l ଗୋଜାବନ୍ଧ ଠାରୁ ତେନ୍ତୁଳି କନ୍ଧା ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ରେ ଯିବା ବାଟରେ ଭାରତ ମାତା ର ଜୟ ଜୟ ଗାନ କରିଥିଲେ l କେନ୍ଦ୍ର ସରକାର ଦେଶ ମାତୃକା ପ୍ରତି ଏକତା ଭାଵ ସୃଷ୍ଟି କରି ଗୋଟିଏ ପତାକା ତଳେ ସଭିଏଁ ଏକାଠି ରହି ରାଷ୍ଟ୍ର ର ଅଖଣ୍ଡତା ବଜାୟ ରଖିବାର ପ୍ରୟାସ ଦୁଇ ଜୋନ ରେ ସଫଳ ହୋଇଥିବାର ଜଣାପଡିଛି l