ମହାକାଳପଡ଼ା,୨୬/୩ – (ଓଡିଶା ଖବର) – ମହାକାଳପଡ଼ା ଥାନାଞ୍ଚଳ ବଳିପାଳ ଗାଁ ରେ ଘଟିଛି ଅଭାବନୀୟ ଘଟଣା l ସୂଚନାରୁ ପ୍ରକାଶ, ବୁଧବାର ମଧ୍ୟାହ୍ନରେ ବଳିପାଳ ଗାଁ ର ପ୍ରଦୀପ ପ୍ରଧାନଙ୍କ ପତ୍ନୀ ଅହଲ୍ୟା ପଡୋଶୀ ଭୀମସେନ ପ୍ରଧାନଙ୍କ ଜାଗାକୁ ମୁତ ଛେଳି ଫୋପାଡ଼ିଥିଲେ l ଏନେଇ ଭୀମଙ୍କ ପତ୍ନୀ ଡାଙ୍ଗୀ ଗାଁ ର ୱାର୍ଡ ସଭ୍ୟ ନରହରି ଦାସଙ୍କୁ ଡାକିଆଣି ଦେଖାଇବାରୁ ବିପକ୍ଷ ଅହଲ୍ୟା ରାଗି ଯାଇଥିଲେ l ଏପରିକି ଅହଲ୍ୟା ଡାଙ୍ଗି ଓ ତାର ବୋହୁ ଶଶ୍ମିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l

ପରବର୍ତ୍ତୀ ସମୟରେ ସସ୍ମିତାର ଚୁଟି ଧରି ଟଣା ଓଟରା କରି ବିଧା, ଗୋଇଠା ଓ ଚାପୁଡ଼ା ମାରିଥିଲେ l ଡାଙ୍ଗି ଏହାର ପ୍ରତିବାଦ କରିବାରୁ ତାଙ୍କ ବାମ ହାତ କାମୁଡି ଖଣ୍ଡେ ମାଂସ ଛିଣ୍ଡାଇ ରକ୍ତାକ୍ତ କରିଥିଲେ l ଶାଶୁ କୁ ଏପରି କାମୁଡିବା ଦେଖି ବୋହୁ ବିରୋଧ କରିବାରୁ ଅହଲ୍ୟା ସସ୍ମିତାଙ୍କ ଡାହାଣ ହାତ ବୁଢା ଆଂଗୁଠି କାମୁଡି ଛିଣ୍ଡାଇ ଦେଇଛି l ଆହୁରି ମଧ୍ୟ ଅହଲ୍ୟାଙ୍କ ର ଏଭଳି କାର୍ଯ୍ୟରେ ତାଙ୍କ ଶାଶୁ ବାସନ୍ତୀ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିବା ନେଇ ଡାଙ୍ଗି ଥାନାରେ ଲିଖିତ ଅଭିଯୋଗରେ ଦର୍ଶାଇଥିବାର ଜଣାପଡିଛି l