ରାସ୍ତାରେ ଭାଇ ଭଉଣୀଙ୍କ ଭିଡିଓ ଶୁଟିଂ କରି ହଟ ହଟା

0

ଆସିକା ଅଞ୍ଚଳର ଭାଇ-ଭଉଣୀ ବ୍ରହ୍ମପୁରରୁ ବାଇକ୍‌ରେ ଗାଁ କୁ ଫେରୁଥିବାବେଳେ ୩ଜଣ ଯୁବକ ସେମାନଙ୍କୁ ଅନ୍ୟ ଏକ ବାଇକରେ ପିଛା କରିବା ସହ ରାସ୍ତାରେ ଭିଡ଼ିଓ ଶୁଟିଂ କରିଥିଲେ। କୁକୁଡ଼ାଖଣ୍ଡି ନିକଟରେ ଉଭୟଏହାର ପ୍ରତିବାଦ କରିଥିଲେ ମଧ୍ୟ ଯୁବକ ଦ୍ୱୟ ଶୁଣି ନ ଥିଲେ। ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ଥିବା ଲୋକଙ୍କୁ ଭାଇ ଭଉଣୀ ଦୁହେଁ କହିଥିଲେ। ସ୍ଥାନୀୟ ଲୋକେ ପିଛା କରୁଥିବା ଯୁବକଙ୍କୁ ଅଟକାଇ ମୋବାଇଲ ଯାଞ୍ଚ କରିଥିଲେ। ଏଥିରେ ଭାଇ ଭଉଣୀଙ୍କ ଭିଡିଓ ଥିବା ଦେଖି ସମ୍ପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ। ଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାବେଳେ ଗ୍ରାମବାସୀ ପୋଲିସକୁ ଡାକି ଯୁବକ ଙ୍କୁ ହସ୍ତାନ୍ତର କରିଥିଲେ। ଭଉଣୀଙ୍କ ଅଭିଯୋଗ କ୍ରମେ ପୋଲିସ ନଂ.୧୨୫/୧୮ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଫେରାର ଯୁବକଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

Leave A Reply

Your email address will not be published.