କାଶୀ ତାମିଲ ସଙ୍ଗମମ ମହୋତ୍ସବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରାଣସୀ,୧୯/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀରେ ପହଞ୍ଚି କାଶୀର ବିକାଶରେ ତାମିଲନାଡୁର ଯୋଗଦାନ ବିଷୟରେ ଉଲ୍ଲେଖ କରିଛନ୍ତି । ଏକ ମାସ ଯାଏଁ ଚାଲିବାକୁ ଥିବା କାଶୀ ତାମିଲ ସଙ୍ଗମମ କାର୍ଯ୍ୟକ୍ରମର ଉଦଘାଟନ କରିବା ପରେ ପିଏମ ମୋଦୀ କାଶୀ ଏବଂ ତାମିଲରୁ ଆସିଥିବା ଲୋକଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ସମୟରେ କାଶୀରେ ମିନି ତାମିଲନାଡରୁ ଝଲକ ଦେଖିବାକୁ ମିଳିଥିଲା । ପିଏମ ମୋଦୀ ହର-ହର ମହାଦେବ ଉଦଘୋଷ ପରେ କାଶୀ ଏବଂ ତାମିଲନାଡୁର ଲୋକଙ୍କୁ ୱାଡକ୍କମ କରିଥିଲେ । ସେ କହିଥିଲେ, କାଶୀର ପାବନ ଧୂମିରେ ଆପଣ ସମସ୍ତଙ୍କୁ ଦେଖି ମନ ପ୍ରସନ୍ନ ହୋଇଛି । ପିଏମ ମୋଦୀ ଏହା ପରେ ସଙ୍ଗମମର ମହତ୍ୱ ବିଷୟରେ କହିଥିଲେ ।

ସେ କହିଛନ୍ତି, ‘ଏହି ମହୋତ୍ସବ ପ୍ରକୃତରେ ଭାରତର ବେଶଷତାର ସଙ୍ଗମମ । ଏହି ସଙ୍ଗମମର ମହତ୍ୱ ରହିଛି । ଗୋଟିଏ ପଟେ ସାରା ଭାରତକୁ ନିଜ ଭିତରେ ସମାହିତ କରିଥିବା ଆମ ସାଂସ୍କୃତିକ ରାଜଧାନୀ କାଶୀ, ଅନ୍ୟପଟେ ଭାରତର ପ୍ରାଚୀନ ତାମିଲନାଡୁ ଗଙ୍ଗା, ଯମୁନା ପରି ପବିତ୍ର ଅଟେ’। ସେ କହିଛନ୍ତି କାଶୀ ତମିଲ ସଙ୍ଗମମ ସାହିତ୍ୟ ଏବଂ ସଂସ୍କୃତିର ଏକ ବିରଳ ମିଳନ ।

 

SBI_Festive_Digital Billboard