ନୂଆଦିଲ୍ଲୀ, ୧୭/୦୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ପାଇଁ ଇସ୍ରାଏଲ ଗସ୍ତରେ ଯିବେ। ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୂଚନା ଦେଇଛନ୍ତି। ରବିବାର ଜେରୁଜେଲମ୍ରେ ଆମେରିକୀୟ ଇହୁଦି ସଂଗଠନକୁ ସମ୍ବୋଧନ କରିବା ସମୟରେ ନେତାନ୍ୟାହୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ଦ୍ବିତୀୟ ଇସ୍ରାଏଲ ଗସ୍ତ। ୨୦୧୭ରେ ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ।