ଗୋବରୀନଦୀ ସେତୁର ସ୍ଥିତି ପରଖିଲେ ଓ ନୂତନ ମେଡିକାଲ ଗୃହର ଶିଳାନ୍ୟାସ କଲେ ସାଂସଦ ବୈଜୟନ୍ତ ପଣ୍ଡା

ମହାକାଳପଡ଼ା, ୨୫/୧୧ (ଓଡିଶା ଖବର) : କେନ୍ଦ୍ରାପଡା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ମହାକାଳପଡ଼ା ଗସ୍ତରେ ଆସି ମହାକାଳପଡ଼ା – ଚଣ୍ଡିଆପଲ୍ଲୀ ଠାରେ ନିର୍ମାଣlଧୀନ ଗୋବରୀ ନଦୀ ସେତୁର କାର୍ଯ୍ୟର ସମୀକ୍ଷା କରିଛନ୍ତି l ୩୭କୋଟି ୯୪ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗୀୟ ତତ୍ୱାବଧାନ ରେ ନିର୍ମିତ ଗୋବରୀ ସେତୁର ସ୍ଥିତି ପରଖିଥିଲେ l ସମୀକ୍ଷା କାଳରେ ସାଂସଦ ଓ ବିଧାୟକ ଙ୍କ ସହିତ ଅନ୍ୟାନ୍ୟ ନେତୃବୃନ୍ଦ ଓ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ଜେନା, ଭୁଅର୍ଜନ ଅଧିକାରିଣୀ କୁଇନ ଜେନା ଆଦି ଉପସ୍ଥିତ ଥିଲେ l ଏଥି ସହିତ ୧୦ କୋଟିରୁ ଅଧିକ ଟଙ୍କାବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ ମେଡିକାଲ ଗୃହର ଶିଳାନ୍ୟାସ କରିଛନ୍ତି l ପରେ ପରେ ବ୍ଲକ ପଡିଆରେ ଆୟୋଜିତ “ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯା”ନ ରେ ସାମିଲ ହୋଇଥିଲେ l ସୋମବାର ଦିନ ଆୟୋଜିତ ସଭାରେ ସାଂସଦ ଓ ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଜିଲ୍ଲା ସଭାପତି ଶଶାଙ୍କ ସେଠିଙ୍କ ସହିତ ଜିଲ୍ଲା ଭାଜପାର ସଞ୍ଜୟ ରଥ, ଗୀତାଞ୍ଜଳି ସେଠି, ଅର୍ଚ୍ଚନା ନାୟକ ସରୋଜ ସାହୁ ଆଦି ମଂଚାସୀନ ଥିଲେ l ଏତଦ ବ୍ୟତୀତ ସଂଯୋଜକ ସରୋଜ ସାହୁ,୧୯ନଂ ଜୋନ ସଭାପତି ସୌବାଲ୍ୟ ବାହାଲିଆ, କୁମରକାନ୍ତ ମହାନ୍ତି ଉପସ୍ଥିତ ଥିଲେ l ପୂର୍ବତନ ଜୋନ ସଭାପତି ପ୍ରଶାନ୍ତ ସେଠି ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମଂଚାସୀନ ଅତିଥି ମାନେ ବିଦେଶୀ ବର୍ଜନ କରି ସଭିଏଁ ସ୍ବଦେଶୀ ଉପରେ ଗୁରୁତ୍ୱ ଦେଲେ ଦେଶ ର ଅର୍ଥନୈତିକ ସ୍ଥିତି ସୁଧାର ଆସିବ l ସ୍ବଦେଶୀ ବ୍ୟବହାର କରି ଆତ୍ମ ନିର୍ଭରଶୀଳ ହେବାକୁ ସଂକଳ୍ପ ନେଇଥିଲେ l ସେହିପରି ଭାରତ ବର୍ଷ ର ଜାତୀୟ ସଂଗୀତ ବନ୍ଦେ ମାତରମ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ଦେଶମାତୃକାର ବନ୍ଦନା ଗାନ କରିଥିଲେ l ଅଞ୍ଚଳ ର ବିକାଶ ପଥରେ ଯାତ୍ରୀ ହେବାକୁ ସଭିଙ୍କୁ ଅନୁରୋଧ ରଖିଥିଲେ l ସଭା ଶେଷରେ ସଫଳ ଚାଷୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତ, ସଂକଳ୍ପ ଅଭିଯାନ ରେ ସାମିଲ ହୋଇ ସ୍ବେଦେଶୀ ହୋଇପାରିଲେ ଗ୍ରାମାଞ୍ଚଳର ବିକାଶ ଘଟିବ ବୋଲି ବିଧାୟକ ଗଣ ମାଧ୍ୟମକୁ କହିଥିଲେ l