ନବଗଠିତ ମଣ୍ଡଳ କମିଟିକୁ ସମ୍ବର୍ଦ୍ଧନା, ଟିମର କିଛି ଆମଦାନୀ କର୍ମୀଙ୍କୁ ଭାଜପା ଛାପ ଦେବାକୁ ଚାଲିଛି ପ୍ରୟାସ

ମହାକାଳପଡ଼ା, ୦୨/୦୨ (ଓଡିଶା ଖବର) : ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ର ମହାକାଳପଡ଼ା ବ୍ଲକ ଅଧୀନ ମହାକାଳପଡ଼ା ସଦର ମଣ୍ଡଳ (୨୦ ନଂ ଜୋନ) ରେ ସଭାପତି ଚୟନର କିଛି ମାସ ପରେ ନୂତନ କାର୍ଯ୍ୟକାରୀ ମେମ୍ବର,ଉପ ସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ ମନୋନୀତ ହୋଇଛନ୍ତି l ଜୋନ ସଭାପତି ଦଳ ପାଇଁ କାର୍ଯ୍ୟ କରୁଥିବା କିଛି ମେମ୍ବର ଓ ଗତ ବିଧାନ ସଭା ନିର୍ବାଚନ ରେ ବିରୋଧି ଦଳର ଦୃଢ଼ ସମର୍ଥକ ଭାବେ କାର୍ଯ୍ୟ କରିଥିବା କିଛି ଆନୁଗତ୍ୟ ଙ୍କୁ ମଣ୍ଡଳ କମିଟି ରେ କାର୍ଯ୍ୟକାରୀ ମେମ୍ବର ଭାବେ ସ୍ଥାନିତ କରି ଜୋନରେ ସାଙ୍ଗଠନିକ ଦକ୍ଷତା ପାଇଁ ପ୍ରୟାସ କରିଛନ୍ତି l କମିଟିରେ ସ୍ଥାନିତ ବିରୋଧୀ ଲୋକଙ୍କୁ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ଛାପ ଦେବା ପାଇଁ ଭାଜପା ର ଜିଲ୍ଲା ଓ ରାଜ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଲକ୍ଷ୍ୟରେ ସଂlଗଠନିକ କର୍ମଶାଳାର ଆୟୋଜନ କରିଥିଲେ l ଏନେଇ ଜୋନ ତରଫରୁ ରବିବାର ବଡକୁଳ ପଂଚାୟତ ଦହିମାଛ ଠାରେ ସମ୍ବର୍ଦ୍ଧନା ଉତ୍ସବ ସହିତ ସଂlଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

କର୍ମଶାଳାରେ ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ଦାସ,ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅମିତାଭ ସୁଆର,ଜିଲ୍ଲା ସମ୍ପାଦକ ଗିରିଜା ଶଙ୍କର ଦାସ, ପ୍ରଶାନ୍ତ ସେଠୀ ଓ ଶୁଭ୍ରକାନ୍ତ ନାୟକ,ଅନୁସୂଚିତ ଜାତି ଜିଲ୍ଲା ମୋର୍ଚ୍ଚା ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ ଓ ସମ୍ପାଦକ ପ୍ରଦୀପ ସେଠୀ ଏବଂ ମଣ୍ଡଳ ସଭାପତି ସୌବାଲ୍ୟ ବାହାଲିଆ ଉପସ୍ଥିତ ଥିଲେ l ମଣ୍ଡଳ କମିଟି ର ପଦାଧିକାରୀ ଓ କାର୍ଯ୍ୟକାରୀ ମେମ୍ବର ମାନଙ୍କୁ ମଂଚାସୀନ କାର୍ଯ୍ୟକର୍ତ୍ତା ମାନେ ସମ୍ବର୍ଦ୍ଧିତ କରିଥିଲେ l ଦେଖିବାକୁ ମିଳିଥିଲା ବିରୋଧୀ ଦଳରୁ ଆମଦାନୀ ତଥା କୁଜି ନେତାଙ୍କ କୁହାକୁହି ରେ ହାତଗଣତି କେତେଜଣ କାର୍ଯ୍ୟକାରି ମେମ୍ବର ସମ୍ବର୍ଦ୍ଧନା ପୂର୍ବରୁ ସଭା ସ୍ଥଳୀ ପରିତ୍ୟାଗ କରିଥିଲେ l ବିନା ଆଲୋଚନା ପର୍ଯ୍ୟାଲୋଚନା ରେ ମଣ୍ଡଳ କମିଟି ରେ ଆମଦାନୀ କାର୍ଯ୍ୟକାରୀ ମେମ୍ବର ମନୋନୟନ ନେଇ ଦଳୀୟ କର୍ମୀ ପ୍ରଶ୍ନ କରିବାରୁ ସଭାପତି ଆମଦାନୀ କାର୍ଯ୍ୟକାରୀ ମେମ୍ବର ବିଧାନ ସଭା ନିର୍ବାଚନ ରେ ଦଳ ପାଇଁ କାର୍ଯ୍ୟ କରିଥିବାର ସଫେଇ ଦେଇଛନ୍ତି l ଏହାପରେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ନେଇ ନବଗଠିତ ମଣ୍ଡଳ କମିଟି ଦଳୀୟ କାର୍ଯ୍ୟକ୍ରମ ରେ କେତେଯେ ସାଥ ଦେବ ଦେଖିବାକୁ ବାକି ରହିଲା l