ମହାକାଳପଡ଼ା, ୨୯/୦୩ : ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଂଚାୟତସ୍ଥ ବରକନ୍ଧା ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ପଂଚାୟତ କାର୍ଯ୍ୟାଳୟ ପରିସର ରେ ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳିତ ହୋଇଯାଇଛି l ଏଥି ସହିତ ସମିତି ର ବାର୍ଷିକ ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ମହାକାଳପଡ଼ା ସିସିସିବି ର ଶାଖା ପରିଚାଳକ ଅକ୍ଷୟ କୁମାର ଦାସ,ଏଆରସିଏସ ଯୋଗେନ୍ଦ୍ର ନାଥ ବିଶ୍ୱାଳ, ଏରିଆ ଅଫିସର ଆତିଶ କୁମାର ଲେଙ୍କା ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l ବୈଠକ ରେ ପାକ୍ସ ର ସଭାପତି ବାଦଲ ସେନାପତି ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ ସଭା ପରିଚାଳନା କରିଥିଲେ l ସମବାୟ ସଶକ୍ତ ହେଲେ ସମାଜ ଦୃଢ଼ଭୂତ ହୋଇ ସମୃଦ୍ଧ ଜୀବନରେ ସହାୟକ ହୋଇପାରିବ ବୋଲି ମଂଚାସୀନ ବ୍ୟକ୍ତି ମାନେ ମତ ପୋଷଣ କରିଥିଲେ l ଏତଦ ବ୍ୟତୀତ ସମବାୟ ସମିତି ସହଯୋଗ ରେ ଉନ୍ନତ କିସମ ବିହନ ଓ ଆଧୁନିକ ପ୍ରଣାଳୀ ଚାଷ କଲେ ଚାଷୀ ଲାଭବାନ ହୋଇପାରିବ ବୋଲି ଅତିଥି ମାନେ ମତ ରଖିଥିଲେ l ମହିଳା ଗୋଷ୍ଠୀ ସାମୁହିକ ଭାବେ ସମିତି ରେ ଅଂଶ ଗ୍ରହଣ କଲେ ସେମାନଙ୍କ ପରିବାର ର ହିତ ସାଧନ ହେବା ସହିତ ସମାଜ ରେ ଆର୍ଥିକ ଅଗ୍ରସର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ମଂଚାସୀନ ଅଧିକାରୀ l ବକ୍ତା ମାନଙ୍କ ଅଭିଭାଷଣ ପରେ ଆମନ୍ତ୍ରିତ ଅତିଥି ସ୍ଥାନୀୟ ଯୁବଜ୍ୟୋତି ଆଞ୍ଚଳିକ ଶିକ୍ଷା ନିକେତନ ରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତା ର କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ସ୍ତୁତି ପ୍ରିୟ ଦର୍ଶିନୀ ପରିଡା, ଲଷ୍ମୀ ସ୍ୱାଇଁ, ସାୟସୀ ସେନାପତି ଓ ଦୀପ୍ତି ମୟୀ ଭୋଳ ଙ୍କୁ ପୁରସ୍କାର ପାଇବା ପରେ ବେଶ ଖୁସି ବ୍ୟକ୍ତ କରିଥିଲେ l ସେହିପରି ହରେକୃଷ୍ଣ ସେଠୀ, ରବୀନ୍ଦ୍ର ସ୍ୱାଇଁ, ଶତ୍ରୁଘ୍ନ ବେହେରା ଓ ବନ ସ୍ବାଇଁ ସମେତ ସମିତି ପରିସର ଭୁକ୍ତ ଗ୍ରାମ ଗୁଡିକରୁ ୧୦ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଆହୁରି ମଧ୍ୟ ବୟସ୍କ ଡାଇରେକ୍ଟର ମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ l ଉକ୍ତ ବୈଠକ ରେ ସମିତି ର ଡାଇରେକ୍ଟର ଦେବାଶିଷ ନନ୍ଦ ଶଙ୍କର ରାୟ ଅଶୋକ ସେନାପତି, ଇନ୍ଦୁମତୀ ସ୍ୱାଇଁ ଓ ଅନିତା ସ୍ବାଇଁ ଙ୍କ ସମେତ ୧୪ଜଣ ଉପସ୍ଥିତ ଥିଲେ l ସ୍ଥାନୀୟ ମଣ୍ଡଳ ସଭାପତି ତ୍ରିଲୋଚନ ରାଉତ, ଏମବିକେ ବନଲତା ରାଉଳ, ସିଆରପି ଙ୍କ ସମେତ ମହିଳା ଗୋଷ୍ଠୀ ର ସଭାନେତ୍ରୀ ଓ ସମ୍ପାଦିକା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦ୍ଜୀବିତ କରିଥିବାର ଜଣାପଡିଛି l