ମହାକାଳପଡ଼ା, ୦୮/୦୮ : ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟ ର ୪୮ତମ ପ୍ରତିଷ୍ଠା ଦିବସ ଅବସର ରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି , ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ଉପଜିଲ୍ଲାପାଳ ଅରୁଣ ନାୟକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ପରିସର ପ୍ରବେଶ ପରେ ନାମଚାର୍ଯ୍ୟ ବାୟାବାବା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସଭାସ୍ଥଳୀରେ ପହଂଚି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସଭା କାର୍ଯ୍ୟ ତ୍ବରାନ୍ୱିତ ହୋଇଥିଲା l ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଲୋଚନା ଦାସ ସଭାକାର୍ଯ୍ୟ ସଂଚଳନା କରିଥିବା ବେଳେ ସହଯୋଗୀ ଭାବେ ଅଧ୍ୟାପକ ଶ୍ରୀକାନ୍ତ ନନ୍ଦ ମଞ୍ଚାରେ ଉପସ୍ଥିତଥିଲେ l ଆଖ୍ୟାତ ପଲ୍ଲୀ ଅଞ୍ଚଳ ରେ ଦୀର୍ଘ ୪୮ବର୍ଷ ଧରି ମଫସଲ ର ଛାତ୍ର /ଛାତ୍ରୀ ମାନଙ୍କୁ ନିରନ୍ତର ଶିକ୍ଷାଦାନ ରେ ସହଯୋଗୀ ସାଜିଥିବା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ମାନଙ୍କ ସ୍ବର୍ଗୀୟ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମଂଚାସୀନ ଅତିଥି l.ଏତଦ ବ୍ୟତୀତ ମହାବିଦ୍ୟାଳୟ ର ମହାବିଦ୍ୟାଳୟ ର ଅଧ୍ୟାପକ /ଅଧ୍ୟାପିକାଓ ଅନ୍ୟ ଅଧସ୍ତନ କର୍ମଚାରୀ ମାନେ ଉପସ୍ଥିତ ଥିଲେ lବିଭିନ୍ନ ସମସ୍ୟା ନେଇ ଅଧ୍ୟାପକ /ଅଧ୍ୟାପିକା, ଛାତ୍ର /ଛାତ୍ରୀ ମାନେ ମୁଖ୍ୟ ଅତିଥି ଙ୍କୁ ଅବଗତ କରାଇଥିଲେ l ସଭା ଶେଷରେ ୨୪-୨୫ ଶିକ୍ଷା ବର୍ଷରେ ଉଚ୍ଚ ମାଧ୍ୟମିକ ବିଜ୍ଞାନ, କଳା ଓ ବାଣିଜ୍ୟ ଫ୍ୟାକୁଲିଟି ର ଟପର ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସେହିପରି ଡିଗ୍ରୀ କୋର୍ସ ର ତିନି ଗୋଟି ଫ୍ୟାକୁଲିଟି ର ବିଭିନ୍ନ ଅନର୍ସ ର ଟପର ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଆମନ୍ତ୍ରିତ ଅତିଥି ଗଣ ପୁରସ୍କାର ପ୍ରଦାନ ପରେ ମୁଖ୍ୟ ଅତିଥି ଶିକ୍ଷାର୍ଥୀ ମାନଙ୍କ ସହିତ ମହାବିଦ୍ୟାଳୟ ର ପରିବେଶ ସ୍ଥିତି ଅନୁଧ୍ୟାନ କରିଥିଲେ l ନିଜ ବ୍ଲକ ର କଲେଜ ହୋଇଥିବାରୁ ଆବଶ୍ୟକ ମୁତାବକ ଉପସ୍ଥାପିତ ସମସ୍ୟା ଗୁଡିକର ସମାଧାନ କରିବାକୁ ପ୍ରୟାସ କରିବେ ବୋଲି ଜଣାପଡିଛି l