ରେଖା ନାଥଙ୍କର ଏକାଦଶାହ ସ୍ମୃତି ସଭା

ମହାକାଳପଡ଼ା, ୧୩/୦୯ : ସ୍ଥାନୀୟ ବ୍ଲକ ଅଧୀନ ସଦର ମହାକାଳପଡ଼ା ପଂଚାୟତସ୍ଥ ତିଥି ଗ୍ରାମରେ ରେଖା ନାଥ ଙ୍କର ଏକାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ମୃତି ସଭାରେ ଭଗବତ ପ୍ରେମୀ ବୈକୁଣ୍ଠ ଚରଣ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ସ୍ୱାମୀ ବିବେକାନନ୍ଦ ସମିତି,ବାରଡାଙ୍ଗ ଓ ବରକନ୍ଧା ଭାଗବତ ପ୍ରଚାର ସମିତି ଏବଂ କିର୍ତ୍ତନ ମଣ୍ଡଳୀ ସଦସ୍ୟ ମାନେ ଉପସ୍ଥିତ ଥିଲେ l ସଭାରେ ସ୍ଥାନୀୟ ଅଂଚଳର କେଶବ ପ୍ରମାଣିକ, ନାରାୟଣ ପଣ୍ଡା, ବିଦ୍ୟୁତ ଖୁଣ୍ଟିଆ, ସରୋଜ ସାହୁ, ରବୀନ୍ଦ୍ର ପାଳ ନୃସିଂହ ସାମନ୍ତରାୟ, ପ୍ରଫୁଲ୍ଲ ପ୍ରଧାନ ଓ ବିଦ୍ୟାଧର ପରିଡା ଆଦି ଉପସ୍ଥିତ ହୋଇ ସ୍ବର୍ଗତ ରେଖା ନାଥ ଙ୍କ ର ସ୍ମୃତି ଚାରଣ କରିଥିଲେ l ସ୍ବର୍ଗୀୟା ନାଥ ସ୍ଥାନୀୟ ବ୍ଲକ ଅଧୀନ ସାନଗାଁ ଠାରେ ୧୯୩୫ ରେ ଜନ୍ମ ଗ୍ରହଣ କରିବା ପରେ କେୟାର ବାଙ୍କ ଗ୍ରାମର ସ୍ବର୍ଗତ ବୈଷ୍ଣବ ନାଥ ଙ୍କୁ ବିବାହ କରି ସାଂସାରିକ ଜୀବନ ଅତିବାହିତ କରିଥିଲେ l ପରବର୍ତ୍ତୀ ସମୟରେ ସୁଯୋଗ୍ୟ ଚାରିପୁଅ ଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ସହିତ ଦିଅର ଙ୍କ ଦୁଇ ପୁଅଙ୍କୁ ନିଜର ପୁଅ ଭଳି ଲାଳନ ପାଳନ କରିବା ସହିତ ସ୍ବର୍ଗୀୟା ସାନଯା କୁ ନିଜର ସାନ ଭଉଣୀ ଦୃଷ୍ଟିରେ ଦେଖୁଥିଲେ l ଉଭୟ ପୁଅ ଓ ପୁତୁରା ଙ୍କ ପ୍ରତି ତାଙ୍କର ଅନାବିଳ ସ୍ନେହ ଓ ମମତା ଆଜି ସଭିଙ୍କୁ ସମାଜରେ ପ୍ରତିଷ୍ଠିତ କରାଇଛି l ବଡ଼ ପୁଅ ବିଜୟ ନାଥ ଙ୍କ ସାଥି ଶିକ୍ଷକ ବିଦ୍ୟାଧର ପରିଡା ସ୍ମୃତି ଚାରଣ ବେଳେ ସ୍ବର୍ଗୀୟା ରେଖା ନାଥ କିଭଳି ତାଙ୍କୁ ଧନ ବୋଲି ସ୍ନେହ ବୋଳା ସମ୍ବୋଧନ କରୁଥିଲେ ସେକଥା ଭାବ ବିହ୍ଵଳ ଭାବେ ପ୍ରକାଶ କରିଥିଲେ l ସେହିପରି ସଦ୍ୟ ମାତୃସ୍ନେହ ରୁ ବଂଚିତ ହେବାକୁ ଯାଉଥିବା ବଡ଼ ପୁଅ ବିଜୟ ନାଥ,ମଝିଆ ପୁଅ ଅଶୋକ ନାଥ ଓ ବଡ଼ ମା ସ୍ନେହ ଅଭାବ କୁ ଅନୁଭବ ପୁତୁରା ଅରକ୍ଷିତ ନାଥ କୋହ ଭରା କଣ୍ଠରେ ସ୍ମୃତି ଚାରଣ କରିଥିଲେ l ଗାଁ ହିସାବରେ ପୁତୁରା ଅବସର ପ୍ରାପ୍ତ ଶିକ୍ଷକ କେଶବ ପ୍ରାମାଣିକ ହିସାବରେ ଖୁଡି ଙ୍କ ର ସ୍ମୃତି ଚାରଣ ବେଳେ କହିଥିଲେ ଯେ ଅମାୟିକ ନିଷ୍କପଟ ଓ ସରଳ ଜୀବନ ଯାପନ ସମ୍ବନ୍ଧେ କଥା ରଖିଥିଲେ l

ସେହିପରି ଗାଁ ହିସାବରେ ଦିଅର ରବୀନ୍ଦ୍ର ପାଳ ହିସାବରେ ବଡ଼ଭାଉଜ ସ୍ବର୍ଗୀୟା ରେଖା ନାଥ ଙ୍କୁ ମୋ ଜନ୍ମ ଠାରୁ ଦେଖିଛି ମିଶିଛି ଓ ଗୁରୁଜନ ଙ୍କୁ ସମ୍ମାନ ଓ ଲଘୁ ଜନ ଙ୍କୁ ସ୍ନେହ ଦେବାରେ କେବେ ସେ ଦ୍ଵିଧା ପ୍ରକାଶ କରିନାହାଁନ୍ତି ବୋଲି ଉକ୍ତି ପ୍ରସଙ୍ଗରେ କହିଥିଲେ l ୯୦ ବର୍ଷୀୟl ବୃଦ୍ଧା ମା ଙ୍କ ର ଚଳିତ ମାସ ୨ ରେ ମୃତ୍ୟୁ ପରେ ପୁତ୍ର ବିଜୟ,ନାଥ,ଅଭୟ ନାଥ ଅଶୋକ ନାଥ ବିକ୍ରମ ନାଥ ପୁତୁରା ଅକ୍ଷୟ, ଓ ଅରକ୍ଷିତ ଙ୍କ ସହିତ ଝିଆରୀ ରାଜଲଷ୍ମୀ ବିଶେଷ ମ୍ରିୟମାଣ ହୋଇପଡିଛନ୍ତି l ସେହିପରି ବୃଦ୍ଧା ଜେଜମା ଙ୍କ ବିୟୋଗ ରେ ନାତି ଯଜ୍ଞ ପ୍ରସାଦ,ରୁଦ୍ରପ୍ରସାଦ, ଦେବି ପ୍ରସାଦ, ଦୀପ୍ତି ପ୍ରକାଶ ନାତୁଣୀ ବୋହୁ ସୋନାଲି, ସୌଜନ୍ୟା ନାତୁଣୀ ଗାୟତ୍ରୀ, ଜୟଶ୍ରୀ, ଐଶର୍ଯ୍ୟ ଓ ନାତୁଣୀ ଜ୍ୱାଇଁ ତାପସ ଆଦି ଆଜିବି ରେଖା ନାଥ ଙ୍କୁ ଝୁରୁ ଥିବାର ଜଣାପଡିଛି l

SBI_Festive_Digital Billboard