ବାୟାବାବା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର

ମହାକାଳପଡ଼ା, ୧୩/୦୧, (ଓଡିଶା ଖବର) : ମହାକାଳପଡ଼ା ପଡା ବ୍ଲକ ର ସଦର ମହକୁମା ରେ ଅବସ୍ଥିତ ଶ୍ରୀ ଶ୍ରୀ ବାୟା ବାବା ମହାବିଦ୍ୟାଳୟ ତରଫରୁ ୮ ଦିନିଆ ବାଳିକା ଆତ୍ମ ରକ୍ଷା ତାଲିମ ଶିବିର ସୋମବାର ଉଦଘାଟିତ ହୋଇଯାଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଲୋଚନା ଦାସ ପ୍ରଦୀପ ପ୍ରଜ୍ବଳନ କରି ଶିବିର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ସହଯୋଗୀ ଭାବେ ମହାବିଦ୍ୟାଳୟ ର ଆତ୍ମ ରକ୍ଷା କମିଟି ର ସଂଯୋଜିକା ପ୍ରଫେସର ଇତିଶ୍ରୀ ସେଠି,, କମିଟି ସଦସ୍ୟ /ସଦସ୍ୟା ପ୍ରଫେସର ଜୁହି ପଣ୍ଡା, ଆନିଗ୍ରେସ ୱାଡ଼କୋ ଆଦି ମଂଚାସୀନ ଥିଲେ l ମଂଚାସୀନ ଅଧ୍ୟାପକ /ଅଧ୍ୟାପିକା ଓ ଅଧ୍ୟକ୍ଷ ଆଦି ମହାବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ସାରି ନବାଗତ ଭାବେ ଆସିଥିବା +୩ ପ୍ରଥମ ବର୍ଷ ର ଛାତ୍ରୀ ମାନଙ୍କ ସହିତ ଆତ୍ମରକ୍ଷା କୌଶଳ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ମହିଳା ସୁରକ୍ଷିତ ରହିଲେ ଶୃଙ୍ଖଳିତ ଓ ମାର୍ଜିତ ସମାଜ ଗଠନ ରେ ବେଶ ସହାୟ ହେବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ବି ଆସିପାରିବ ବୋଲି ମଂଚାସୀନ କାର୍ଯ୍ୟକର୍ତ୍ତା ମାନେ ମତ ରଖିଥିଲେ l ପରେ ଶିବିରାର୍ଥୀ ମାନଙ୍କୁ ମାଷ୍ଟର ଟ୍ରେନର ସସ୍ମିତା ସାହୁ ପ୍ରଥମ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ତାଲିମ ର ପ୍ରଥମ ଦିବସ ଶେଷରେ ପ୍ରଫେସର ବୈକୁଣ୍ଠ ବିହାରୀ ଜେନା ସଭିଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ l ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଚଳିତ ମାସ ୧୨ରୁ ଆୟୋଜିତ ବାଳିକା ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ୨୧ପର୍ଯ୍ୟନ୍ତ ଜାରି ରହିବ ବୋଲି ମହାବିଦ୍ୟାଳୟ ତରଫରୁ ଜଣାପଡିଛି l