ଏଲିଏନ୍ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜିତ

ମହାକାଳପଡ଼ା, ୧୪/୦୧ (ଓଡିଶା ଖବର): ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଉପକୂଳ ମହାକାଳପଡ଼ା ବ୍ଲକ ସୁନୀତି ପଂଚାୟତସ୍ଥ ଏଲିଏନ୍ ପବ୍ଲିକ୍ ସ୍କୁଲ୍, ସୁଗଲ ପକ୍ଷରୁ ମଙ୍ଗଳ ବାର ପୂର୍ବାହ୍ନ ରେ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା।ଏହି ପଦଯାତ୍ରା ଦ୍ୱିତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।ପଦଯାତ୍ରା ଟି ବିଦ୍ୟାଳୟ ନିକଟରେ ଥିବା ୪ ଟି ଗାଁ ର ସାଧାରଣ ଲୋକଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରିଥିଲା।ପଦଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବ୍ୟବହାର କରିବା,ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା ଏବଂ ସଡ଼କ ନିୟମକୁ କଠୋରଭାବେ ପାଳନ କରି ଦୁର୍ଘଟଣା ରୋକିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।ଏହି ପଦଯାତ୍ରା ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ମ୍ୟାଡମଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଗାଇଡ୍ ଶିକ୍ଷକ ସୁସାନ୍ତ ଦାସ, ଦିବାକର ସାର୍, ବିଜୟଲକ୍ଷ୍ମୀ ମ୍ୟାଡମ, ଲିଜା ମ୍ୟାଡମ ଓ ସୁପ୍ରଭା ମ୍ୟାଡମ ପଦଯାତ୍ରା ରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଓ ସୁରକ୍ଷା ଦେଖାଶୁଣା କରିଥିଲେ। ବିଦ୍ୟାଳୟର ଟ୍ରଷ୍ଟିମାନେ ମଧ୍ୟ ଉପସ୍ଥିତ ଥିଲେ।ପଦଯାତ୍ରା ସମୟରେ ଛାତ୍ରଛାତ୍ରୀମାନେ “ସଡ଼କ ସୁରକ୍ଷା ହେଉଛି ଜୀବନ ସୁରକ୍ଷା” ପରି ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସନ୍ଦେଶ ପହଞ୍ଚାଇଥିଲେ।ବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ଏପରି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମନରେ ନାଗରିକ ଦାୟିତ୍ୱବୋଧ ଓ ସୁରକ୍ଷା ସଚେତନତା ବୃଦ୍ଧି କରେ।ପଦଯାତ୍ରା ଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇ ସମସ୍ତଙ୍କୁ ସଡ଼କକୁ ସୁରକ୍ଷିତ କରିବା ପାଇଁ ଆହ୍ୱାନ କରାଯାଇଥିଲା।