ବାୟାବାବା ମହାବିଦ୍ୟାଳୟ ରେ ଦକ୍ଷତା ବିକାଶ ଓ ପରାମର୍ଶଭିତ୍ତିକ ଆଲୋଚନା ଚକ୍ର

ମହାକାଳପଡ଼ା, ୧୪/୦୧ (ଓଡିଶା ଖବର) : ମହାକାଳପଡ଼ା ବ୍ଲକ ଅଧୀନ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟ ରେ ମଙ୍ଗଳବାର ଯୁବ ଦକ୍ଷତା ବିକାଶ ଓ ପରାମର୍ଶ ଭିତ୍ତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ, କେନ୍ଦ୍ରାପଡା, ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର,ଭୁବନେଶ୍ୱର ସହଭାଗିତା ରେ ଏବଂ ପିଏମଉଷା ଅଧୀନରେ ଦିନିକିଆ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଲୋଚନା ଦାଶ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l କେନ୍ଦ୍ରାପଡା ଜିଲ୍ଲା ନିୟୋଜନ ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ, ଗୁଣନିଧି ପ୍ରଧାନ ଓ ଜିତେନ୍ଦ୍ର କୁମାର ସେଠୀ ଆଦି ସହଯୋଗୀ ଭାବେ ମଂଚାସୀନ ଥିଲେ l ଅଧ୍ୟକ୍ଷା ଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଜୁହି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ମଂଚାସୀନ ଅତିଥି ଛାତ୍ର /ଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ଓ ନିଯୁକ୍ତି ସମ୍ବନ୍ଧିତ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ l ଶିଳ୍ପ ତାଲିମ କେନ୍ଦ୍ର, କେନ୍ଦ୍ରାପଡା ର ପୂର୍ବତନ ଅଧ୍ୟକ୍ଷ ଗୁଣନିଧି ପ୍ରଧାନ ଯୋଗ ଦେଇ ସରକାରଙ୍କ ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ l ଯୁବ ଉଦ୍ୟୋଗୀ ବିଶ୍ୱଜିତ ଦାଶ +୨ଓ +୩ ପରେ ବୈଷୟିକ ଶିକ୍ଷା, ଧନ୍ଦା ମୂଳକ ଶିକ୍ଷା ବିଷୟରେ ଅବଗତ କରାଇଥିଲେ l ଦିନିକିଆ ଆଲୋଚନା ଚକ୍ର ରେ ମହାବିଦ୍ୟାଳୟ ର ଅଧ୍ୟାପକ ସୁଶୀଲ ସାହୁ, ରଞ୍ଜିତ ରାଉତ ଲିଜାତା ପାଲ, ରାଜେନ୍ଦ୍ର ମହାପାତ୍ର ଚିତ୍ତ ରଞ୍ଜନ ମହାପାତ୍ର, ରାଜେଶ ସେଠୀ, ଅମୀୟ ବାରିକ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଲ ଶିକ୍ଷା ସହିତ ଛାତ୍ର /ଛାତ୍ରୀ ଙ୍କ ଦକ୍ଷତା ର ବିକାଶ ଘଟିଲେ ରୋଜଗାରକ୍ଷମ ହୋଇପାରିଲେ କେହି ନିଯୁକ୍ତି ଅଭାବରୁ ବେରୋଜଗାରି ହେବେ ନାହିଁ l