ମହାକାଳପଡ଼ା, ୩୦/୦୧ (ଓଡିଶା ଖବର) : ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ଅଧୀନ ମହାକାଳପଡ଼ା ଓ ମାର୍ଶାଘାଈ ଉଭୟ ବ୍ଲକ ଅଂଚଳର ୪ଟି ଆରଡ଼ି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ନେଇ ଆରଆଣ୍ଡବି ବିଭାଗ କୁ ହସ୍ତାନ୍ତର ହୋଇଛି l ଆରଡ଼ି ବିଭାଗ ଅଧୀନ ମହାକାଳପଡ଼ା ବ୍ଲକ ର ବିଜୟନଗର ଠାରୁ କଣ୍ଟାବଣ ପର୍ଯ୍ୟନ୍ତ ୬. ୩୩କିଲୋମିଟର ଓ ଲୁଣାଘେରି ଠାରୁ ବଗଗହଣ ଭାୟା ମିଲନମୋଡ଼ ପଂକପାଳ ହାଟ ପର୍ଯ୍ୟନ୍ତ ୬. ୮୯କିଲୋମିଟର ରାସ୍ତାଅନ୍ତର୍ଭୁକ୍ତ l ସେହିପରି ମାର୍ଶାଘାଈ ବ୍ଲକ ର ମାର୍ଶାଘାଈ ଠାରୁ ତିଖୀରୀ ପର୍ଯ୍ୟନ୍ତ ୫. ୧୯, କିଲୋମିଟର ଓ ବେରୁହା ଠାରୁ ମଧୁସୂଦନ ପୁର ପର୍ଯ୍ୟନ୍ତ ୬. ୧୭କିଲୋମିଟର ରାସ୍ତା ରହିଛି l ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀସ୍ଥ ଜନସାଧାରଣ ଙ୍କ ଗମନା ଗମନ ସୁବିଧା ପାଇଁ ଉଭୟ ବ୍ଲକ ର ୨୪କିଲୋମିଟର ରୁ ଉର୍ଦ୍ଧ୍ଵ ରାସ୍ତା ର ପ୍ରଶସ୍ତି କରଣ ନେଇ ସ୍ଥାନୀୟ ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ(ଆରଆଣ୍ଡବି) କୁ ହସ୍ତାନ୍ତର ପାଇଁ ଗ୍ରାମାଞ୍ଚଳ ଉନ୍ନୟନ (ଆରଡ଼ି )କୁ ଅବଗତ କରାଇଥିଲେ l ତଦନୁଯାୟୀ ଉଭୟ ବିଭାଗୀୟ ଅଧିକାରୀଙ୍କ ଅନୁମୋଦନ କ୍ରମେ ସମ୍ପୃକ୍ତ ରାସ୍ତା ଗୁଡିକ ବିଭାଗୀୟ ହସ୍ତାନ୍ତର ହୋଇପାରିଛି l ଆଗାମୀ ଦିନରେ ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ଫଳରେ ଅଂଚଳ ବାସୀଙ୍କ ର ଯାତାୟାତ ସୁଗମ ହୋଇପାରିବ ବୋଲି ଜଣାପଡିଛି l ଏନେଇ ଅଂଚଳବାସି ବିଧାୟକ ପ୍ରୟାସ କୁ ତାରିଫ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ବିକାଶ ଧାରା କୁ ତ୍ୱରାନ୍ୱିତ କରିଥିବାରୁ ଧନ୍ୟ ବାଦ ଅର୍ପଣ କରିଛନ୍ତି l