ପୂର୍ବତନ ସରପଞ୍ଚଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ

ମହାକାଳପଡ଼ା, ୦୨/୦୨ (ଓଡିଶା ଖବର) : ସ୍ଥାନୀୟ ବ୍ଲକ ବଡକୁଳ ଗ୍ରାମ ପଞ୍ଚୟତ ର ପୂର୍ବତନ ଜନ ପ୍ରିୟ ସରପଞ୍ଚ ଶ୍ରୀନାଥ ରାଉତ ଙ୍କ ୩୮ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ରବିବାର ତାଙ୍କର ଏକ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି lଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସ୍ବର୍ଗତ ରାଉତ ଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତି ଚାରଣ କରିଥିଲେ lବରିଷ୍ଠ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ସ୍ବର୍ଗତ ରାଉତ ପ୍ରଥମେ ଶିକ୍ଷକତା କରି ଅବସର ନେବା ପରେ ସମାଜସେବା ପ୍ରତି ଆକୃଷ୍ଟ ହୋଇ ବଡକୁଳ ଗ୍ରାମ ପଂଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଂଚାୟତ ର ଜନସାଧାରଣ ମାନଙ୍କ ସେବା କରି ନିଜକୁ ବେଶ ପରିଚିତ କରି ପାରିଥିଲେ l ଏହି ଅବସରରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଅନେକ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ରାଜନଗର ର ପୂର୍ବତନ ବିଧାୟକ ଅଲେଖ ଚନ୍ଦ୍ର ଜେନା, କେନ୍ଦ୍ରାପଡ଼ା ର ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ରାଜ୍ୟ ବିଜେପି ଉପ ସଭାପତି ବିଷ୍ଣୁ ଦାସ, ମହାକାଳପଡ଼ା ର ନାରୀନେତ୍ରୀ ଜାନକୀ ପ୍ରଧାନ, ମହାକାଳପଡ଼ା ବିଜେପି ସଂଯୋଜକ ସରୋଜକାନ୍ତ ସାହୁ,ଜଗତସିଂହପୁର ଜିଲ୍ଲା ଡ଼ିଏସପି ପ୍ରେମାନନ୍ଦ ଲେଙ୍କା, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ,ସମାଜସେବୀ ତଥା ଯୁବ ଆଇନଜୀବୀ ଚିତ୍ତ ରଞ୍ଜନ ଦାସ, ଡ଼ ସୌଭାଗ୍ୟ ପରିଡା,ଚିନ୍ମୟ ଦାସ,ଫକୀର ଚରଣ ଖଟୁଆ, ପ୍ରଭାକର ପଲେଇ, କୁଳମଣି ଚୌଧୁରୀ, କବିୟିତ୍ରୀ ଜରାଶ୍ରୀ ରାଉଳ ପ୍ରମୁଖ ଯୋଗ ଦେଇ ଥିଲେ l ସ୍ବର୍ଗତ ରାଉତ ଙ୍କ ସୁପୁତ୍ର ସଂଜୀବ ରାଉତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଲ ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କ ମଧ୍ୟରେ ଶିକ୍ଷକ,ସାମ୍ବାଦିକ, ସମାଜସେବୀ, ଆଇନଜୀବୀ, ପରିବେଶ ପ୍ରେମୀ, କଳାକାର ପ୍ରମୁଖ ରହିଛନ୍ତି lଅନ୍ୟମାନଙ୍କ ମଧ୍ୟରେ ଅଶୋକ ସେନାପତି, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ପାଳ, ବତୀଘର ଇନ ଚାର୍ଜ ଜୟନ୍ତ ଚାଟାର୍ଜୀ, ମଙ୍ଗଳପୁର ସରପଞ୍ଚ ମଞ୍ଜୁଲତା ସାମନ୍ତରାୟ, ଅଶୋକ କୁମାର ମହାନ୍ତି, ବିଚିତ୍ର କୁମାର ମହାନ୍ତି, ବାଦଲ ସାମନ୍ତରାୟ,ନିରଞ୍ଜନ ମେକାପ ପ୍ରମୁଖ ଉପସ୍ଥିତ ଥିଲେ l