ଗଡ଼ରୋମିତ ପଂଚାୟତରେ ମାରାଥନ ଶିଳାନ୍ୟାସ

ମହାକାଳପଡ଼ା, ୧୯/୦୨ (ଓଡିଶା ଖବର) : ବୁଧବାର ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ନିର୍ବାଚନ ମଣ୍ଡଳୀ ଗସ୍ତ ରେ ଆସି ମହାକାଳପଡ଼ା ବ୍ଲକ ଅଧୀନ ଗଡ଼ରୋମିତ ପଂଚାୟତ ର ସଦର ମହକୁମା ଠାରେ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପଂଚାୟତ ନୂତନ ଗୃହ ଓ ମାର୍କେଟ କମ୍ପ୍ଲେକ୍ସ ବିଲଡିଂ ର ଶିଳାନ୍ୟାସ କରିଛନ୍ତି l ଆସିବା ବାଟରେ କର୍ମୀ ମାନେ ଶୋଭାଯାତ୍ରା ରେ ଶିଳାନ୍ୟାସ ସ୍ଥଳୀକୁ ବିଧାୟକଙ୍କୁ ପାଛୋଟି ଆଣିଥିଲେ lକାର୍ଯ୍ୟକ୍ରମ ଅବସର ରେ ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି,ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ସାମଲ, ଜିଲ୍ଲା ପାଳ ରଘୁରାମ.ଆର. ଆୟାର,ସ୍ଥାନୀୟ ତହସିଲଦାର ତଥା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ସିଡିଏମଓ ମନୋରଞ୍ଜନ ରାଉତ, ମେଡିକାଲଅଫିସର ନିରଞ୍ଜନ କର, ସିଡିପିଓ କବିତା ମଲ୍ଲିକ,ରାଜ୍ୟ ପରିଷଦ ସଦସ୍ୟ କୁମର କାନ୍ତ ମହାନ୍ତି, ସମିତି ସଭ୍ୟ ରଞ୍ଜନ ଚୌଧୁରୀ ଆଦି ସମ୍ମାନୀୟ ଅତିଥି ଭାବେ ମଂଚାସୀନ ଥିଲେ l

ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଡ଼. ନାୟକ ଆୟୋଜିତ ସଭାରେ ଯୋଗ ଦେଇ ଆଜିର ବିକଶିତ କାର୍ଯ୍ୟଧାରା ରେ ସାମିଲ ହୋଇଥିବା ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଅଭିଭାଷଣ ରଖିଥିଲେ l ଆହୁରି ମଧ୍ୟ ପଂଚାୟତ ର ମା ଭଉଣୀ ଙ୍କ ଲାଗି ସ୍ୱଳ୍ପ ସମୟ ହେଉ ପଛେ ଆସି ଯୋଗ ଦେଇଥିବାରୁ ବେଶ ଖୁସି ବ୍ୟକ୍ତ କରିଥିଲେ lବ୍ଲକ ଅଧ୍ୟକ୍ଷା ତଥା ଗଡ଼ରୋମିତ ପଂଚାୟତ ର ସମିତି ସଭ୍ୟା ଶ୍ରୀମତୀ ମହାନ୍ତି ପଂଚାୟତ ର ବିଭିନ୍ନ ବିକାଶ ନେଇ ମୁଖ୍ୟ ଅତିଥି ଙ୍କୁ ଅବଗତ କରାଇଥିଲେ l ସେହିପରି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାମଲ ଅମୃତସରୋବର କିଭଳି ପଂଚାୟତ ବାସୀଙ୍କ ଉପକାର ରେ ଲାଗିବ ସେ ନେଇ ବକ୍ତବ୍ୟ ରଖିଥିଲେ l