ମହାକାଳପଡ଼ା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଲା ବିସ୍ଥାପିତଙ୍କ ପିଢ଼ି ପିଢ଼ିର ଜମିପଟ୍ଟା ସମସ୍ୟା

ମହାକାଳପଡ଼ା ୨୫/୦୨ (ଓଡିଶା ଖବର) : ଦେଶ ସ୍ୱାଧୀନତା ପରଠୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ରାମନଗର, ଖରିନାସୀ ଏବଂ ବତୀଘର ଆଦି ଗ୍ରାମପଞ୍ଚାୟତରେ ଦୀର୍ଘ ଦିନରୁ ବସବାସ କରୁଥିବା ବଙ୍ଗ ବିସ୍ଥାପିତ ମାନେ ଦୀର୍ଘ ୧୪ ବର୍ଷ ଧରି ଜମିଜମା ସମସ୍ୟାର ସମାଧାନ ନେଇ ବିଭିନ୍ନ ସମୟରେ କରାଯାଇଥିବା ଆନ୍ଦୋଳନ ଓ ଦାବି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪ସାଧାରଣ ନିର୍ବାଚନ ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଡଃ ଦୁର୍ଗା ପ୍ରସନ ନାୟକ ଏହି ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଉଦ୍ୟମ କରିବେ ବୋଲି ବିସ୍ଥାପିତ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପରେ ଡଃ ନାୟକ ନିର୍ବାଚନ ରେ ବିଜୟ ହାସଲ କରିବା ସହିତ ରାଜ୍ୟରେ ବିଜେପି ସରକାର ଗଠିତ ହୋଇଥିଲା l
ନିର୍ବାଚନୀ ପ୍ରତିଶୃତି ଅନୁଯାୟୀ ବିଧାନସଭାରେ ବିଧାୟକ ଏହି ପ୍ରସଙ୍ଗ ଉଠାଇବା ସହିତ ନିରନ୍ତର ପ୍ରୟାସ ଵି ଜାରି ରଖିଥିଲେ l ଫଳତଃ ଗତକଲି ମଙ୍ଗଳବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାର୍ଯ୍ୟାଳୟରେ ତୃତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାକାଳପଡ଼ା ର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ରାଜସ୍ୱ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟlର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରବୀନ୍ଦ୍ର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ ନାୟକ , ମହାକାଳପଡ଼ା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ରାମଚଣ୍ଡୀ ସର୍କଳ ରାଜସ୍ୱ ନିରୀକ୍ଷକ ବିଜୟ ବେହେରା ଉପସ୍ଥିତ ଥିଲେ l ସ୍ଥାନୀୟ ଅଂଚଳର ପ୍ରତିନିଧି ଭାବେ ତରୁଣକାନ୍ତି କାଞ୍ଜିଲାଲ, ରନି ହାଲଦାର,ବତୀଘର ସମିତି ସଭ୍ୟ କ୍ରିଷ୍ଣପଦ ମଣ୍ଡଳ, ଦେବବ୍ରତ ମିସ୍ତ୍ରୀ,ଓ ସୁମନ୍ତ ମାଝୀ ପ୍ରମୁଖ ଆଲୋଚନା ରେ ଯୋଗ ଦେଇଥିଲେ l ପିଢ଼ି ପିଢ଼ି ଧରି ରହିଥିବା ଜମିଜମା ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।
ଆଗାମୀ ଏକ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ପ୍ରସ୍ତୁତ କରାଯାଇ ୧୯୬୨ ମସିହା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କଟକ ହୁକୁମ ମୁତାବକ ୧୯୭୬ ମସିହାରେ ପୁର୍ନବସତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ମିଳିଥିବା ଜମି ପଟ୍ଟା ଓ କେ ଫର୍ମ ତଥା ଜଙ୍ଗଲ କିସମ ସମ୍ବନ୍ଧୀୟ ଜମିଜମା ର ପଟ୍ଟା ପାଇଁ କେନ୍ଦ୍ର ସରକାର ନିକଟକୁ ଚିଠି କରାଯାଇଛି l ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯାୟୀ ଖୁବଶୀଘ୍ର ଅଞ୍ଚଳବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ଜଣାପଡିଛି l ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ମସିହାରେ ଲାଗୁ କରାଯାଇଥିବା ବେଳେ ଉକ୍ତ ବିସ୍ଥାପିତ ପରିବାରମାନଙ୍କୁ ୧୯୭୬ ମସିହାରେ ପଟ୍ଟା ପ୍ରଦାନ କରାଯାଇଥିବାରୁ ଉକ୍ତ ଜଙ୍ଗଲ ସଂରକ୍ଷଣ ଆଇନ ପୁର୍ନବସତି ପଟ୍ଟାଧାରୀଙ୍କ କ୍ଷେତ୍ର ରେ କାଏମ ହେବନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ବୈଠକ ରେ ପ୍ରକାଶ କରିଥିବାର ସେଠାରେ ଉପସ୍ଥିତ ଅଂଚଳର ପ୍ରତିନିଧି ମାନେ କହନ୍ତି l ଆହୁରି ମଧ୍ୟ ଏହି ବୈଠକରେ ରାଜସ୍ବ ମନ୍ତ୍ରୀ ଙ୍କ ପ୍ରକାଶ୍ୟ ଉକ୍ତି ପାଇଁ ଖୋଦ ବିଭାଗୀୟ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଡ଼. ନାୟକ ଙ୍କୁ ଢେର ଧନ୍ୟବାଦ ଜଣାଇଛନ୍ତି l