ମହାକାଳପଡ଼ା, ୦୮/୦୪ : ମା ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ତରଫରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଅବସର ରେ ଦୁରଦୂରାନ୍ତରୁ ଝାମୁଯାତ୍ରା ରେ ସାମିଲ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସହଯୋଗ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୁଧବାର ସଂଗଠନ ର ମହାକାଳପଡ଼ା ଶାଖା କାର୍ଯ୍ୟାଳୟ ପରିସର ସଭାପତି ଫକୀର ବେହେରା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ସଂଗଠନ ର ଉପସଭାପତିଶେଖର ବେହେରା,ସମ୍ପାଦକ ଅଲେଖ ନାୟକ, ଆଡ଼ଭାଇଜର କମିଟି ମେମ୍ବର ରାଜକିଶୋର ମହାପାତ୍ର, ସଞ୍ଜୁଲତା ଦାସ, ପାର୍ବତୀ ବେହେରା ନିରଞ୍ଜନ ନାୟକ, ପ୍ରଦୀପ ମହାନ୍ତି ଆଦି ଉପସ୍ଥିତ ଥିଲେ l ବୈଠକ ପ୍ରାରମ୍ଭରେ ଦିବଂଗତ ଆଡ଼ଭାଇଜର କମିଟି ମେମ୍ବର ଚନ୍ଦ୍ରମଣୀ ସାହୁ ଓ ଏକଜୁକୁଟିଭ ମେମ୍ବର ଚୈତନ୍ୟ ପ୍ରସାଦ ଦାସ ଙ୍କ ଅକାଳ ବିୟୋଗ ନେଇ ନିରବ ପ୍ରାର୍ଥନା କରାଯିବା ସହିତ ସ୍ବର୍ଗୀୟ ଆତ୍ମା ର ସଦଗତି କାମନା କରାଯାଇଥିଲା l ପରେ ଓଡ଼ିଆ ନବବର୍ଷ ରେ ରାମଚଣ୍ଡୀ ପୀଠରେ ଝସମୁଯାତ୍ରା ରେ ସହଯୋଗ ସହାୟତା ନେଇ ଆଲୋଚନା ହୋଇଥିଲା l ଏନେଇ ବିଷଦ ଆଲୋଚନା ପରେ ଅଂଚଳର ପ୍ରସିଦ୍ଧ ଦେବୀ ପୀଠରେ ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ଶ୍ରଦ୍ଧାଳୁ ମାନଙ୍କୁ ପୂର୍ବାହ୍ନ ରେ ପୂର୍ବ ବର୍ଷ ଭଳି ଦହିସରବତ ଯୋଗାଇଦେବା ସହିତ ମଧ୍ୟାହ୍ନ ରୁ ପ୍ରସାଦ ସେବନ ବ୍ୟବସ୍ଥା କରିବା ନେଇ ନିଷ୍ପତ୍ତି ହୋଇଥିଲା l ଝାମୁଯାତ୍ରା ରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନ କରାଇଲେ ସଂଗଠନ ଉପରେ ମା ଙ୍କ ଅଶେଷ କରୁଣା ରହିବ ବୋଲି ବୈଠକରେ ଉପସ୍ଥିତ ସଭ୍ୟ /ସଭ୍ୟା ଅଲେଖ ବେହେରା, ଚକ୍ରଧର ଗୁଡ଼ିଆ, ଦିଲ୍ଲୀପ ବାରିକ, ରାଜୁମଲ୍ଲିକ ନମିତା ମହାପାତ୍ର ଓ ବିପିନ ମଲ୍ଲିକ ଆଦି କହିଥିଲେ l ପରେ ପରେ ସଭାପତି ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଇଥିଲେ l