ଗୁରୁ ପୂଜା ପରିଷଦ ତରଫରୁ ଗୁରୁଦିବସରେ ଅବସରପ୍ରାପ୍ତ ଶିକ୍ଷକ /ଶିକ୍ଷିକାଙ୍କୁ ସମ୍ବର୍ଦ୍ଧନା

ମହାକାଳପଡ଼ା, ୦୬/୦୯ : ମହାକାଳପଡ଼ା ଗୁରୁପୂଜା ପରିଷଦ ତରଫରୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , କେୟାରବାଙ୍କ ଠାରେ ଗୁରୁଦିବସ ରେ ଅବସରପ୍ରାପ୍ତ ୩୫ଜଣ ଶିକ୍ଷକ /ଶିକ୍ଷିକା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ମଣ୍ଡଳ ଶିକ୍ଷାଧିକାରୀ ମାର୍ଶାଘାଈ,ଶୁଭେନ୍ଦୁ କୁମାର ମହାରାଜ ମୁଖ୍ୟ ଅତିଥି, ମଣ୍ଡଳ ଶିକ୍ଷାଧିକାରୀ ମହାକାଳପଡ଼ା କୈଳାସ ଚନ୍ଦ୍ର ଦଳାଇ, ମୁଖ୍ୟବକ୍ତା, ମହାକାଳପଡ଼ା ସରପଞ୍ଚ ରତିକାନ୍ତ ପଣ୍ଡା ସମ୍ମାନୀୟ ଅତିଥି ଭାବେ ମଂଚାସୀନ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଞ୍ଜଳି ବେହେରା ଓ ପରିଷଦ ର ସଂଯୋଜକ ଅଶୋକ ମହାପାତ୍ର ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ସମ୍ବର୍ଦ୍ଧନା ନିମନ୍ତେ ଆମନ୍ତ୍ରିତ ଶିକ୍ଷକ /ଶିକ୍ଷିକା ଓ ପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ କ୍ଲଷ୍ଟର ର ଶିକ୍ଷକ /ଶିକ୍ଷିକା ସଭାରେ ଉପସ୍ଥିତଥିଲେ l ମଂଚାସୀନ ଆମନ୍ତ୍ରିତ ଅତିଥି ଓ ପରିଷଦ ର କର୍ମକର୍ତ୍ତା ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଶିକ୍ଷକ ନେତା ଅମିୟ ଚୌଧୁରୀ ବିବରଣୀ ପାଠ କରିବା ପରେ ସମଗ୍ର ପରିସର “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରବ୍ରହ୍ମ, ତସ୍ମୈ ଶ୍ରୀ ଗୁରୁବେ ନମଃ” ଶ୍ଲୋକ ଉଚ୍ଚାରଣ କରି ପରିବେଶ କୁ ମୁଖରିତ କରିଥିଲେ l ଦିନେ କୁନି କୁନି ଛାତ୍ର /ଛାତ୍ରୀ ଙ୍କ ଭବିଷ୍ୟତ ଗଢିତୋଳିବାରେ ପିତା ଓ ମାତା ଠାରୁ ଶିକ୍ଷାଦାତା ର କିଭଳି ପ୍ରମୁଖ ଭୂମିକା ରହିଛି ସେ ନେଇ ମଂଚାସୀନ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ l ଗୁରୁପୂଜା ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷଣ ଥିଲା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରି ସେମାନଙ୍କର ଅବସର ଜୀବନ ସୁଖମୟ କାମନା କରିବା । କେହି କେହି ସରକାରୀ ମତେ ଅବସର ନେବା ପରେ ବି ପୂର୍ବ ଭଳି ଅବୈତିନିକ ଭାବେ ଆଖ ପାଖ ରେ ଶିକ୍ଷାଦାନ ବଜାୟ ରଖି ଶିକ୍ଷାଦାତା ଭଳି ମହତ ପଣିଆ ର ପରିଚୟ ସୃଷ୍ଟି କରିଥିବାର ନଜିର ରହିଥିବାର ଜଣାପଡିଛି l