ଆସନ୍ତାକାଲି ମୋହନ ସରକାରଙ୍କୁ ପୁରୁଛି ୫୦୦ ଦିନ : କ୍ୟାବିନେଟ ବୈଠକ ଡାକିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୪/୧୦ : ଆସନ୍ତାକାଲି ମୋହନ ସରକାରକୁ ୫୦୦ ଦିନ । ଏହି ଅବସରରେ କ୍ୟାବିନେଟ୍ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ । କ୍ୟାବିନେଟ୍ ବୈଠକରେ କିଛି ମନ୍ତ୍ରୀ ଉପସ୍ଥିତ ରହିବେ । ଆଉ କିଛି ମନ୍ତ୍ରୀ ନୂଆପଡ଼ାରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଡ଼ି ହେବେ । ଏହି ବୈଠକରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିକଟରେ ମୋହନ ସରକାର ବର୍ଷ ପୂର୍ତ୍ତି ଉତ୍ସବ ପାଳିଥିଲେ । ରାଜ୍ୟସ୍ତରୀୟ ବିକାଶ ବାହାନକୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ବିକାଶ କଥା ନେଇ ପଞ୍ଚାୟତରୁ ପଞ୍ଚାୟତ ବୁଲିଥିଲା ବିକାଶ ବାହନ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିଥିଲା ଏହି ବିକାଶ ବାହନ । ବିକାଶ ବାହନ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ୩୧୪ଟି ବ୍ଲକ, ୧୧୫ଟି ୟୁଏଲବି ଏବଂ ୫ଟି ପୌରନିଗମରେ ବୁଲିଥିଲା ସ୍ୱତନ୍ତ୍ର ବ୍ରାଣ୍ଡେଡ୍ ଭ୍ୟାନ୍ । ସରକାରଙ୍କ କେତେକ ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଯେମିତି ‘ବିକଶିତ ଗାଁ ବିକଶିତ ଓଡିଶା’, ‘ସୁଭଦ୍ରା ଯୋଜନା’, ଅନ୍ତୋଦ୍ୱୟ ଗୃହ ଯୋଜନା’, ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -୨୦୨୦, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଲୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ନେଇ ଲୋକଙ୍କୁ ଅବଗତ କରାଇଥିଲା ବିକାଶ ବାହାନ ।

SBI_Festive_Digital Billboard