ସମୁଦ୍ର ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ନିଶ୍ଚୟ କଳାଜାଇ ରହିଥାଏ। ଶରୀରରେ ଭିନ୍ନ ଭିନ୍ନ ସ୍ଥାନରେ କଳାଜାଇର ଭିନ୍ନ ମହତ୍ତ୍ୱ ରହିଛି। ଶରୀରରେ କଳାଜାଇ କିଛି ନା କିଛି ସଙ୍କେତ ଦେଇଥାଏ। ଯେଉଁମାନଙ୍କର ନାକରେ କଳାଜାଇ ତାହା କି ସଙ୍କେତ ପ୍ରଦାନ କରିଥାଏ। ନାକରେ ଥିବା କଳାଜାଇ ବ୍ୟକ୍ତି ବିଶେଷଙ୍କ ସ୍ୱଭାବ ବିଷୟରେ ଅନେକ କିଛି ଜଣାଇଥାଏ। ଜାଣନ୍ତୁ…
ବ୍ୟକ୍ତିବିଶେଷଙ୍କର ନାକର ବାମ ପଟେ କଳାଜାଇ ଥିଲେ, ସେମାନେ କଳ୍ପନାତ୍ମକ ହୋଇଥାଆନ୍ତି। ସେମାନଙ୍କ ନିକଟରେ ଅନେକ କଳା ଥାଏ। ଯେକୌଣସି ବୟସରେ ମଧ୍ୟ ହେଉ, ସେମାନଙ୍କର ଶିଖିବାର ଇଚ୍ଛା ଥାଏ। ଆଗ୍ରହର ସହ ପ୍ରତ୍ୟେକ କାମକୁ କରିଥାଆନ୍ତି। ଟେକ୍ନିକାଲ କାମରେ ଅଧିକ ରୁଚି ରଖିଥାଆନ୍ତି। ଖୁବ୍ କମ ବୟସରେ ଚାକିରିରେ ନିଯୁକ୍ତି ହେବା ସହ ସମ୍ମାନଜନକ ପଦ ମଧ୍ୟ ପାଇଥାଆନ୍ତି। ବ୍ୟବସାୟରେ ମଧ୍ୟ ଲାଭ କରିଥାଆନ୍ତି। ଦେଖିଚାହିଁ ବନ୍ଧୁ ଚୟନ କରିଥାଆନ୍ତି।
ଯେଉଁ ଲୋକଙ୍କର ନାକର ଡାହାଣ ପଟେ କଳାଜାଇ ଥାଏ, ସେମାନେ ଖୁବ ସୁନ୍ଦରୀ ବୋଲି କୁହାଯାଏ। କଣ୍ଠସ୍ୱର ମଧ୍ୟ ମଧୁର ହୋଇଥାଏ। ଯେଉଁ ମହିଳାଙ୍କର ନାକର ଡାହାଣ ପଟେ କଳାଜାଇ ରହିଥାଏ, ସେମାନେ ଖୁବ୍ ଭାଗ୍ୟଶାଳୀ ମଧ୍ୟ ହୋଇଥାଆନ୍ତି। ସନ୍ତାନଙ୍କ ସୁଖ ମିଳିଥାଏ। ନିଜ ଜୀବନସାଥୀଙ୍କ ପ୍ରତି ଖୁବ ଭଲ ପାଇବା ଥିବା ସହ ସଚ୍ଚୋଟ ରହିଥାଆନ୍ତି। ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୋଇଥାଏ। ଚାକିରି କ୍ଷେତ୍ରରେ ଉନ୍ନତି କରିବା ସହ ବ୍ୟବସାୟରେ ମଧ୍ୟ ଲାଭ କରିଥାଆନ୍ତି।
ଯେଉଁ ବ୍ୟକ୍ତିବିଶେଷଙ୍କର ନାକର ଅଗ୍ରଭାଗରେ କଳାଜାଇ ଥାଏ, ସେମାନେ ନିଜ ଲକ୍ଷ୍ୟ ସାଧନ ପାଇଁ ସର୍ବଦା ଉଦ୍ୟମ ଓ କଠୋର ପରିଶ୍ରମ କରିଥାଆନ୍ତି। ଏମାନେ ଖୁବ ବୁଦ୍ଧିମାନ୍ ମଧ୍ୟ। ଯେଉଁ ମହିଳାଙ୍କର ନାକର ଅଗ୍ରଭାଗରେ କଳାଜାଇ ଥାଏ, ସେମାନେ ସଫଳତା ହାସଲ କରିବା ସହ ବୁଦ୍ଧିମାନ ହୋଇଥାଆନ୍ତି।
ଯେଉଁ ବ୍ୟକ୍ତି ବିଶେଷଙ୍କର ନାକର ମଝି ମଝିରେ କଳାଜାଇ ଥାଏ, ସେମାନେ ନିଜ କାର୍ଯ୍ୟରେ ଅନ୍ୟ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ। ସେମାନଙ୍କ ବିଚାରଧାରା ଉତ୍ତମ ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଥାଆନ୍ତି।
