ନୂଆଦିଲ୍ଲୀ,୨୯/୫ : ବିଶ୍ବରେ ମଙ୍କିପକ୍ସ ସକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ- ICMR ଜାରି କରିଛି ଚେତାବନୀ । ପିଲାଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବା ଆଶଙ୍କା କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେଣୁ ସ୍ତିତି ଉପରେ ନଜର ପଖିବାରୁ ପରାମର୍ଶ ଦେଇଛନ୍ତି । ବିଶ୍ୱର ୨୧ ଦେଶରେ ମଙ୍କିପକ୍ସ ଭାଇରସ୍ ପହଞ୍ଚି ସାରିଲାଣି । ଆଫ୍ରିକା, ୟୁରୋପ ଏବଂ ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ଦେଖାଯାଇଛି । ତେବେ ଭାରତରେ ଏବେ ସୁଦ୍ଧା ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।
ଆର୍ଜେଣ୍ଟିନାରେ ମଙ୍କିପକ୍ସର ପ୍ରଥମ ମାମଲା ଦେଖିବାକୁ ମିଳିଛି । ସେ ନିକଟରେ ସ୍ପେନରୁ ଫେରିଥିଲେ । ଏହାଆଗରୁ ଆଫ୍ରିକାରୁ, ଆରବ ଏମିରଟସ୍ ଫେରିଥିବା ଜଣେ ମହିଳା ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏବେ ସୁଦ୍ଧା ବିଶ୍ବର ୨୧ ଦେଶରେ ୨୨୬ଜଣ ସଂକ୍ରମିତ ଠାବ ହୋଇଛନ୍ତି । ଏଭିତରୁ ଶହେ ଜଣ ଏମିତି ଦେଶରୁ ମିଳିଛନ୍ତି ଯେଉଁଠି ସାଧାରଣତଃ ମଙ୍କିପକ୍ସ ଭାଇରସ୍ ଦେଖାଯାଆନ୍ତିନି । ତେଣୁ ଭାରତରେ ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଲର୍ଟ ଜାରି କରିଛନ୍ତି ।