୨/୩ ଦିନ ଡେରିରେ କେରଳ ଛୁଇଁବ ମୌସୁମୀ!

ନୂଆଦିଲ୍ଲୀ: ତାତିରେ କଲବଲ ହେଉଛନ୍ତି ଲୋକେ । ଦିନ ୧୧ଟା ପରଠାରୁ ଘରୁ ବାହାରିବା କଷ୍ଟ ହୋଇପଡିଛି । ମୌସୁମୀ ବାୟୁ ଉପରେ ସମସ୍ତଙ୍କ ନଜର ରହିଛି, ଯାହାଫଳରେ ତାତିରୁ ନିସ୍ତାର ମିଳିପାରିବ । ଏହାରି ମଧ୍ୟରେ ସୂଚନା ମିଳିଛି କି, ଆଉ ୨/୩ ଦିନ ଡେରିରେ କେରଳ ଛୁଇଁବ ମୌସୁମୀ । ଏନେଇ ଆଇଏମଡି ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ମୌସୁମୀ ଏବେ ଦକ୍ଷିଣ ଆରବ, ଲାକ୍ଷାଦ୍ୱୀପ ଛୁଇଁ ସାରିଛି । ପରିସ୍ଥିତି ସୁହାଇବା ଭଳି ଥିବା ବେଳେ ୨/୩ ଦିନ ଭିତରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ମେ’ ୨୯ କିମ୍ବା ୩୦ ସୁଦ୍ଧା ମୌସୁମୀ କେରଳ ଛୁଇଁବ । କେରଳ ଛୁଇଁବା ପରେ କେବେ ମୌସୁମୀ ଓଡ଼ିଶା ଛୁଇଁବ, ସେନେଇ ଆକଳନ କରିହେବ ।