କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ମାରକୀ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ହେତୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟ ମେ’ ୧୫ପର୍ଯ୍ୟନ୍ତ ବନ୍ଦ ରହିବ। ଆଜି ଏ ନେଇ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଘୋଷଣା କରିଛି। ଏହା ପୂର୍ବରୁ କରୋନା କାରଣରୁ ଭାରତର ସମସ୍ତ ସ୍ମାରକୀ ବନ୍ଦ କରାଯାଇଥିବା ବେଳେ ସଂକ୍ରମଣ କମ ହେବା ପରେ ଏହାକୁ ଧିରେ ଧିରେ ‌ଖୋଲା ଯାଇଥିଲା। କିନ୍ତୁ ଏବେ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ପାର କରିଥିବା ବେଳେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପୁଣି ଥରେ ସମସ୍ତ ଐତିହ୍ୟ ସ୍ମାରକୀ ଏବଂ ସଂଗ୍ରହାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ବହୁ ପରାତନ ଐତିହ୍ବସ୍ଥଳୀ ବନ୍ଦ ହେବ।