କଟକ,୨୧/୪ : ଆସନ୍ତାକାଲି ପାଳନ ହେବ ଇଦ-ଉଲ-ଫିତର । କଟକ ଦେୱାନ ବଜାର ସ୍ଥିତ ଅଞ୍ଜୁମନ୍ ଇସଲାମିଆ ଅହେଲେ ସୁନ୍ନତ୍ ଓ ଜମାତ୍ ପରିସରରେ ରୁହତେ-ହିଲାଲ୍ (ଚାନ୍ଦ) କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପବିତ୍ର ରାମଜାନ ମାସରେ ଉପବାସ ରଖିଥିବା ଇସଲାମ ଧର୍ମବଲମ୍ବୀମାନେ ପାଳନ କରିବେ ଏହି ପର୍ବ । ଇଦ-ଉଲ-ଫିତରକୁ ପାଳନ କରିବା ପାଇଁ ଭାଇଚାରାର ସହର କଟକରେ ପ୍ରସ୍ତୁତି ଜୋରଦାର ଚାଲିଛି ।