ଭୁବନେଶ୍ବର,୨୨/୯ : ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ଦ୍ବାରା ପଚରା ଯାଇତିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ଯେ, ଗତ ୧୪ ମାସ ମଧ୍ୟରେ ରାଜ୍ୟରେ ମହିଳା ବିରୋଧୀ ହିଂସାର ୩୭,୦୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ପଞ୍ଜିକୃତ ହୋଇଥିବା ମାମଲା ମଧ୍ୟରୁ ୯,୧୮୧ଟି ଅଶାଳୀନ ଆଚରଣ ମାମଲା ରହିଛି।
ଏହି ସମୟ ଭିତରେ ୯୧୮୧ ମହିଳା ଅସଦାଚରଣ ମାମଲା ରୁଜୁ ହୋଇଛି। ୮୨୨୭ ମହିଳା ଅପହରଣ, ୨୯୩୩ ଦୁଷ୍କର୍ମ, ୫୪୬୪ ଯୌତୁକ ନିର୍ଯାତନା, ୪୪ଟି ଯୌତୁକ ଜନିତ ଆତ୍ମହତ୍ୟା, ୨୧୬୧ଟି ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ଦୁର୍ବ୍ୟବହାର, ୧୨୭୮ ଯୌନ ନିର୍ଯାତନା, ୨୨୪ ଶାରିରୀକ ସମ୍ପର୍କ ରଖି ବିବାହ ନ କରିବା ଆଦି ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେଇଛନ୍ତି।
