ଦେଶରେ ଆଜି ୬୧,୫୩୭ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧, ମୃତ୍ୟୁ ସଂଖ୍ୟା ୪୨,୫୧୮ଜଣ

ନୂଆଦିଲ୍ଲୀ, ୮/୮: କରୋନା ଭୂତାଣୁ ଯୋଗୁ ଦେଶରେ ଏବେ ଦୈନିକ ସଂକ୍ରମଣ ୬୦ ହଜାର ଉପରେ ରହିଛି। ଶୁକ୍ରବାର ୬୨ ହଜାର ୫୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଶନିବାର ଏହି ସଂଖ୍ୟା ୬୧ ହଜାର ୫୩୭ ରହିଛି। ଫଳରେ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୯୩୩ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୨ ହଜାର ୫୧୮ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଦେଶରେ ୬ ଲକ୍ଷ ୧୯ ହଜାର ୮୮ ସକ୍ରିୟ ରୋଗୀ ଥିବାବେଳେ ୧୪ ଲକ୍ଷ ୨୭ ହଜାର ୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି।