ଭୁବନେଶ୍ୱର, ୧୯/୧୨ : ଖ୍ରୀଷ୍ଟ ମାସ ଏବଂ ନୂଆ ବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍। ୮ ଜୋନରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରିବ । ଅଦ୍ୟାବଧି ୨୪୪ ଟ୍ରେନ ଚଳାଇବା ନେଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଅଧିକ ଟ୍ରିପ୍ ସମ୍ପର୍କରେ ରେଲୱେ ସୂଚନା ପ୍ରଦାନ କରିବ । ମୁମ୍ବାଇ-ଗୋଆ (କୋଙ୍କଣ) କରିଡରେ ଦୈନିକ ଏବଂ ସାପ୍ତାହିକ ଟ୍ରେନ ଚଳାଚଳ କରୁଛି । ସେହିଭଳି ମୁମ୍ବାଇ- ନାଗପୁର, ପୁନେ-ସାଙ୍ଗାନେର୍ ଏବଂ ମହାରାଷ୍ଟ୍ରର ଅନ୍ୟ ପ୍ରମୁଖ ରୁଟ୍ ଗୁଡ଼ିକରେ ଭିଡ଼ ଏଡ଼ାଇବା ଦିଗରେ ଟ୍ରେନ ସୁବିଧା କରାଯାଇଛି । ସେହିଭଳି ଦିଲ୍ଲୀ, ହାଓଡା, ଲକ୍ଷ୍ନୌ ଭଳି ସହର ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଦକ୍ଷିଣ ଏବଂ କେନ୍ଦ୍ରୀୟ ଭାଗରେ ହାଇଦ୍ରାବାଦ, ବେଙ୍ଗାଲୁରୁ, ମାଙ୍ଗାଲୁରୁ ଏବଂ ଅନ୍ୟ ପ୍ରମୁଖ ସହର ଗୁଡ଼ିକରେ ଯାତ୍ରୀମାନେ ଯେଭଳି କୌଣସି ସମସ୍ୟା ସାମ୍ନା ନ କରନ୍ତି ସେ ଦିଗରେ ଫୋକସ୍ ରଖିଛି ରେଲୱେ । ସିଏସ୍ଏମ୍ଟି କରମାଲି, ଏଲ୍ଟିଟି ତିରୁଅନନ୍ତପୁରମ, ପୁନେ-ସାଙ୍ଗାନେର ଏବଂ ସିଏସ୍ଏମ୍ଟି ନାଗପୁର ଭଳି ସ୍ଥାନ ଗୁଡ଼ିକରେ ରେଲୱେ ବିଶେଷ ଟ୍ରେନ ସୁବିଧା କରିଛି । ସେହିଭଳି ବନ୍ଦେ ଭାରତ ଟ୍ରେନରେ ଯାତ୍ରୀଙ୍କ ଅଭିଜ୍ଞତା ଉନ୍ନତ କରିବା ଲାଗି ସ୍ଥାନିୟ ବ୍ୟଞ୍ଜନ ସୁବିଧା କରାଯାଇଛି । ଏବେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, କେରଳ,ବିହାର ଏବଂ କାଶ୍ମୀରରେ ଯାତ୍ରୀ ମାନେ ଏହି ସୁବିଧା ପାଇବେ ।
