ଭୁବନେଶ୍ୱର, ୦୯/୦୯ : ଭିତରକନିକାରେ ନିଖୋଜ ହୋଇଥିବା ମା’ ଓ ପୁଅଙ୍କୁ ଜୀବିତ ଉଦ୍ଧାର କରଯାଇଛି । ଗତ ୩ ତାରିଖରୁ କଙ୍କଡ଼ା ଆଣିବାକୁ ଯାଇ ମା’ ଓ ପୁଅ ଭିତରକନିକା ନଦୀରେ ନିଖୋଜ ହୋଇଯାଇଥିଲେ । ମା’ ଓ ପୁଅ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା ବୋଲି ପରିଚୟ ମିଳିଛି । ସାତଭାୟା ଘାଟ ଠାରୁ ଅଳ୍ପ ଦୂରରେ ମା’ ଓ ପୁଅଙ୍କୁ ଠାବ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତ ୫ ଦିନ ତଳେ ମା’ ଓ ପୁଅ ଭିତରକନିକା ନଦୀକୁ କଙ୍କଡା ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଭିତରକନିକା ଜଙ୍ଗଲର ୧୦କି.ମି. ଭିତରକୁ ଯାଇ ଆଉ ଫେରିନଥିଲେ । ଏନେଇ ବନବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲା । ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ସାହାଯ୍ୟରେ ନିଖୋଜ ମା’ ଓ ପୁଅଙ୍କୁ ଖୋଜା ଯାଇଥିଲା । ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
