ୱେବ୍ ସିରିଜ ନିର୍ମାଣ କରିବେ ଧୋନୀ, ପତ୍ନୀ ସାକ୍ଷୀ ଦେଲେ ସୂଚନା

ମୁମ୍ବାଇ : ଖୁବ୍ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପଟେନ ଏମ.ଏସ୍.ଧୋନୀ। ଏକ ୱେବ୍‌ ସିରିଜରୁ ସେ ବଲିଉଡ ଏଣ୍ଟ୍ରିକରିବେ। ତେବେ ଧୋନୀ କଳାକାର ରୂପେ ନୁହେଁ ନିର୍ମାତା ଭାବେ ବଲିଉଡକୁ ପ୍ରବେଶ କରିବେ ବୋଲି ଜଣାପଡିଛି।

ଧୋନି ଏବେ ଏକ ୱେବ୍‍ ସିରିଜ୍‍ ନିର୍ମାଣ କରିବାକୁ ଯାଉଛନ୍ତି। ସେ ଯେଉଁ ୱେବ୍‍ ସିରିଜ୍‍ ନିର୍ମାଣ କରିବାକୁ ଯାଉଛନ୍ତି; ତାହା ପୌରାଣିକ କଥା ଓ ବିଜ୍ଞାନର ମିଶ୍ରଣ। ପୁରାତନ ଧାରଣା ଓ ବୈଜ୍ଞାନିକ ମତ ମଧ୍ୟରେ ଏହି ୱେବ୍‍ ସିରିଜ୍‍ର କାହାଣୀ ଆଧାରିତ। ଏହା ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଧୋନି ଏଣ୍ଟରଟେନ୍‍ମେଣ୍ଟର ପରିଚାଳନା ନିର୍ଦେଶିକା ତଥା ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି କହିଛନ୍ତି।