ରିଲ୍ସ ନିଶାରେ ରକ୍ତମୁଖା ସ୍ତ୍ରୀ, ସ୍ୱାମୀକୁ କଲା ହତ୍ୟା

ନୂଆଦିଲ୍ଲୀ, ୧୧/୦୪ : ସୋସିଆଲ ମିଡିଆର ନିଶା ଆଉ ପରକୀୟା ପ୍ରୀତି କେମିତି ଗୋଟିଏ ହସୁଥିବା ଖେଳୁଥିବା ସଂସାରକୁ ଛାରଖାର କରିଦିଏ, ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ। ଜଣେ ରିଲ୍‌ ପାଗଳି ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ପୋଲିସକୁ ଭ୍ରମିତ କରିବା ପାଇଁ ରଚିଛି ଲୁଟର ମିଛ ନାଟକ।