ରାଇରଙ୍ଗପୁର,୧୩ /୫: ସାରା ରାଜ୍ୟରେ ସରକାର କରୋନା ମୁକାବିଲା ପାଇଁ ଲକ୍ ଡାଉନ ସହିତ ସଟ ଡାଉନ ଘୋଷଣା କରିଛନ୍ତି । କେବଳ ଲୋକଙ୍କ ଉପରେ ଯେ ଏହାର ପ୍ରଭାବ ପ୍ରଭାବ ପଡିଛି ତାହା ନୁହେଁ, ବୁଲା ପଶୁଙ୍କ ଉପରେ ବି ପଡିଛି । ଲକ୍ ଡାଉନ ପୂର୍ବରୁ ଦୋକାନ ବଜାର ଖୋଲା ରହିଥିଲା ବେଳେ ପରିବା ଦୋକାନ, ହୋଟେଲ ମାନଙ୍କରୁ ପରିବା ପତ୍ର ଆଦି ଖାଇବାକୁ ପାଉଥିଲେ । କିନ୍ତୁ ଏବେ ସେତିକ ପାଇବା ମଧ୍ୟ ମୁସ୍କିଲ ହୋଇ ପଡିଛି । ଏହି ସମୟରେ ସରକାର ବୁଲା ପଶୁଙ୍କ ଖାଦ୍ୟ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଯୋଗାଇ ଦେଇଛନ୍ତି । ବିଭିନ୍ନ ଏନଏସି ଓ ପୌରପାଳିକା ଏହାର ଦାୟିତ୍ୱ ନେଇଛନ୍ତି ।
ଏହାର ପ୍ରଭାବ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକାରେ । ପୌର ପ୍ରଶାସନ ତରଫରୁ ସହରର ବିଭନ୍ନ ସ୍ଥାନରେ ବୁଲା ପଶୁଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା । ସରକାର ତଥା ପୌରପ୍ରସାଶନର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କାରାଯାଉଛି ।