ଗାଜିଆବାଦ ଶ୍ମଶାନ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, ଫେରାର କଣ୍ଟ୍ରାକ୍ଟରଙ୍କ ଉପରେ ଥିଲା ୨୫ ହଜାର ଟଙ୍କାର ପୁରସ୍କାର

ଗାଜିଆବାଦ, ୫/୧ : ଗାଜିଆବାଦର ମୁରାଦନଗରର ଶ୍ମଶାନ ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ତ୍ୟାଗୀଙ୍କୁ ଗିରଫ କରାଯାଇଛି। ଘଟଣା ପରଠାରୁ ଅଜୟ ତ୍ୟାଗୀ ଫେରାର ଥିଲେ । ଗାଜିଆବାଦ ପୋଲିସ ଅଭିଯୁକ୍ତ ଅଜୟ ତ୍ୟାଗୀଙ୍କ ଉପରେ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଶ୍ମଶାନରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେତୁ ଛାତ ଭୁଶୁଡି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା ​​|

ଏହି ମାମଲାରେ କଣ୍ଟ୍ରାକ୍ଟର, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ କଣ୍ଟ୍ରାକ୍ଟର ଅଜୟ ତ୍ୟାଗୀ ଫେରାର ଥିବାବେଳେ ଇଓ, ଇଞ୍ଜିନିୟର ଏବଂ ସୁପରଭାଇଜରଙ୍କୁ ଗିରଫ କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତ କଣ୍ଟ୍ରାକ୍ଟର ଅଜୟ ତ୍ୟାଗୀଙ୍କୁ ଗିରଫ କରାଯଇଅଛି ବୋଲି ସୂଚନା ମିଳିଛି।