ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ କରୋନା

ନବରଙ୍ଗପୁର : ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବିଧାୟକ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ‌ହୋଇଥିବା ଜଣା ପଡ଼ିଛି। ନିଜ ପୋଷ୍ଟରେ, ମୋର ଏବଂ ସହଧର୍ମିଣୀଙ୍କର କରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି। ଗତ ୩-୪ଦିନ ଭିତରେ ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେ ସମସ୍ତଙ୍କୁ ନିଜ ନିଜର କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ଲେଖିଛନ୍ତି ବିଧାୟକ ସଦାଶିବ ପ୍ରଧାନୀ।