ରାଷ୍ଟ୍ରପତି ନିର୍ବାଚନ ପାଇଁ ଜେପି ନଡ୍ଡା ଏବଂ ରାଜନାଥ ସିଂଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୨/୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏନଡିଏ ଏବଂ ୟୁପିଏର ସବୁ ଦଳ ସହ ଆଲୋଚନା କରିବା ପାଇଁ ଦଳ ଦାୟିତ୍ୱ ଦେଇଛି । ଭାରତୀୟ ଜନତା ପାର୍ଟିର ରଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି, ବିଜେପି ପରବର୍ତ୍ତି ରାଷ୍ଟ୍ରପତି ନିର୍ବାଚନକୁ ନଜରରେ ରଖି ବିଚାର-ବିମର୍ଶ ପାଇଁ ଦୁହିଁଙ୍କୁ ଦାୟିତ୍ୱ ଦେଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ କରିବେ।

ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ । ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ଯଦି ଏକରୁ ଅଧିକ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରନ୍ତି ତେବେ ଜୁଲାଇ ୧୮ରେ ମତଦାନ ହେବ ଏବଂ ଜୁଲାଇ ୨୧ରେ ମତଗଣନା ହେବ।