ନୂଆଦିଲ୍ଲୀ, ୨୮/୮ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆଜି ନୂଆଦିଲ୍ଲୀରେ ମିଡିଆ କନେକ୍ଟ ୨୦୨୫ ଆୟୋଜନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ, ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏବଂ ନିର୍ଦ୍ଦେଶକମଣ୍ଡଳୀ, କମ୍ପାନୀର ସଫଳତା, ସମ୍ପ୍ରସାରଣ ଯୋଜନା, ଅଭିବୃଦ୍ଧି ପଥ ଏବଂ ଭବିଷ୍ୟତ ପାଇଁ ରଣନୈତିକ ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ।
