ମହାବଳ ବାଘ ନିଖୋଜ ପରେ ନନ୍ଦନକାନରେ ଆତଙ୍କ

ଭୁବନେଶ୍ୱର,୨/୯ : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀରୁ ମହାବଳ ବାଘ ସୁରଜ ଖସିଯିବା ପରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। କିଛି ସମୟ ମଧ୍ୟରେ ନନ୍ଦନକାନନ କର୍ମଚାରୀ ଖୋଜା ଖୋଜି କରି ବାଘକୁ ପାଇଥିଲେ। ମାତ୍ର ବାଘ ନ ମିଳିବା ଯାଏଁ ଓ ସଫାରୀରେ ନଥିବା ଜଣାପଡିବା ପରେ ପ୍ରଥମେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ଭିତରୁ ବାହାର କରାଯାଇଥିଲା।

ସୂଚନା ଅନୁଯାୟୀ, ସଫାରୀରେ ଥିବା ବାଘକୁ ଖାଇବାକୁ ଦେବାକୁ ନିୟୋଜିତ ଥିବା କର୍ମଚାରୀ ଯାଇଥିବା ସମୟରେ ମାତ୍ର ସେଠାରେ ଜାଲି ଛିଦ୍ର ହୋଇଥିବା ଦେଖିବା ସହ ବାଘ ନଥିବା ନେଇ ସନ୍ଦେହ କରିଥିଲେ। ସ୍ୱତନ୍ତ୍ର ଦଳ ୧୦ ରୁ ୧୫ ମିନିଟ ମଧ୍ୟରେ ବାଘକୁ ଠାବ କରିଥିଲେ। ଏବେ ସ୍ଥିତି ସ୍ୱଭାବିକ ରହିଛି ବୋଲି ଜଣାପଡିଛି।