ଭୁବନେଶ୍ବର,୯/୩: ଆସନ୍ତାକାଲିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେଉଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଥର ବି ବିଧାନସଭାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠିବ । ଖଣି ଦୁର୍ନୀତି, ଦରଦାମ ବୃଦ୍ଧି, ବିଦ୍ୟୁତ କାଟ୍ ବିଷୟରେ ଆଲୋଚନା ହେବ ।
ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ନିର୍ଯାସ ବାହାରି ପାରିନି । କାହିଁକି ହତ୍ୟା ହେଲା ଏବେ ଯାଏଁ ଜଣା ପଡୁନାହିଁ । କ୍ରାଇମବ୍ରାଞ୍ଚ ସାମ୍ବାଦିକ ସମ୍ମିଳନୀ କରି ସତ କହୁ । ଲୋକଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହେବ । ଷଡଯନ୍ତ୍ର ସମ୍ପର୍କରେ ସ୍ୱୀକାର କରିଛନ୍ତି ସରକାର । କିନ୍ତୁ ଏ ଦିଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କିଛି କହିଲେ ନାହିଁ । ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ ହେଉଛି କିନ୍ତୁ ସରକାର ଲୁଚାଉଛନ୍ତି ବୋଲି ନରସିଂହ କହିଛନ୍ତି । ସେଥିପାଇଁ ସନ୍ଦେହ ବଢୁଛି, ସସପେକ୍ଟ କିଏ ?
ଅନ୍ୟ ପ୍ରସଙ୍ଗ ଚାଷୀ ସମସ୍ୟା ଉତ୍କଟ କଥା ବି ଉଠିବ । ଗୃହରେ ସରକାର ଅସତ୍ୟ ପରିବେଷଣ କରୁଛନ୍ତି ବୋଲି ନରସିଂହ କହିଛନ୍ତ ।
