ନୂଆଦିଲ୍ଲୀ, ୧୨/୦୨ : ଆଜି ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ମୋଦୀଙ୍କ ଏହା ପ୍ରଥମ ଗସ୍ତ ଯାହା ଉପରେ ସାରା ବିଶ୍ବର ନଜର ରହିଛି । ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ୪ଟରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା କାଯ୍ୟକ୍ରମ ରହିଛି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଗସ୍ତର ପ୍ରଥମ ଦିନରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ପ୍ରବାସୀଙ୍କୁ ଭେଟିବେ ।ତେବେ ମୋଦୀଙ୍କ ଏଥରକର ଆମେରିକା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ରନେତା ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହୋଇପାରେ ।